Latest Odisha News

BREAKING NEWS

ଘରୋଇ ଲ୍ୟାବରେ ୪୫୦ ଟଙ୍କାରେ ଆଣ୍ଟିଜେନ୍ ଟେଷ୍ଟ

ଭୁୁବନେଶ୍ୱର: ଏଣିକି ଘରୋଇ ଲ୍ୟାବରେ ହୋଇପାରିବ ଆଂଟିଜେନ୍ ଟେଷ୍ଟ । ଏଥିପାଇଁ ଖର୍ଚ୍ଚ ହେବ ମାତ୍ର ୪୫୦ ଟଙ୍କା । ଏନେଇ ରାଜ୍ୟ ସରକାର ଟଙ୍କା ଧାର୍ଯ୍ୟ କରିଛନ୍ତି । ଆଇସିଏମଆର୍ ନିୟମ ମାନି ଟେଷ୍ଟ କରିବାକୁ ଘରୋଇ ଲ୍ୟାବକୁ ଅନୁମତି ମିଳିଛି । ଆଂଟିଜେନ୍ ଟେଷ୍ଟ ଦ୍ୱାରା ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ସହଜରେ ଜାଣିପାରିବେ ।

ମହାମାରୀ  କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି। ପ୍ରତିଦିନ ଜଣେ ପରେ ଜଣଙ୍କ ମୁଣ୍ଡ ନେଉଛି। ବିଶେଷକରି ଗଞ୍ଜାମରେ ସ୍ଥିତି ଗମ୍ଭୀର ରହିଛି। ସେଠି ଦୃତ ଗତିରେ ‘କରୋନା’ ମାଡ଼ି ଚାଲିଛି। ଆଜି ସୁଦ୍ଧା ରାଜ୍ୟରେ ୧୪୮୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୪୭୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୨୪ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Comments are closed.