Latest Odisha News

BREAKING NEWS

୩୯୯ ଟଙ୍କାରେ କରୋନା ଟେଷ୍ଟ, ଆସିଲା ସବୁଠୁ ଶସ୍ତା ଟେଷ୍ଟିଂ କିଟ୍

ନୂଆଦିଲ୍ଲୀ: ଆସିଲା ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟିଂ କିଟ୍ କରୋସ୍ୟୁର । ମାତ୍ର ୩୯୯ ଟଙ୍କାରେ କରିହେବ କରୋନା ଟେଷ୍ଟ । ଏହାକୁ ଆଇଆଇଟି ପ୍ରସ୍ତୁତ କରିଛି । ଆଜି ଏହି ଟେଷ୍ଟିଂ କିଟ୍ର ଶୁଭାରାମ୍ଭ ହୋଇଛି । ଏହାକୁ ବିଶ୍ୱର ସବୁଠୁ ଶସ୍ତା ଟେଷ୍ଟିଂ କିଟ୍ ବୋଲି ମଧ୍ୟ କୁହାଯାଉଛି ।

ସୂଚନା ଅନୁଯାୟୀ, ଏହାର ମୂଳ ୩୯୯ ଟଙ୍କା ରହିଛି। ଅନ୍ୟପକ୍ଷରେ ଆରଏନଏ ଆଇସୋଲେସନ୍‌ ଏବଂ ଲାବୋରେଟୋରୀ ଚାର୍ଜେସ୍‌ ମିଶାଇଲେ ଏହାର ଦର ୬୫୦ ଟଙ୍କା ଯାଏ ବଢ଼ିଯିବ। ଏହା ୩ ଘଣ୍ଟାରେ ଫଳାଫଳ ଦେଇପାରିବ। ଏହାକୁ ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ଲଞ୍ଚ କରିଛନ୍ତି, ଯାହା ଖୁବଶୀଘ୍ର ଟେଷ୍ଟିଂ ଲ୍ୟାବ୍‌ରେ ଉପଲବ୍ଧ ହେବ।

ମନ୍ତ୍ରୀ ନିଶଙ୍କ କହିବା ଅନୁଯାୟୀ, କରୋସ୍ୟୁର କିଟ୍‌ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଏବଂ ଅନ୍ୟ କିଟ୍‌ ତୁଳନାରେ ଶସ୍ତା। ଦେଶ ସୁଲଭ ଦରରେ ବିଶ୍ୱସନୀୟ ଟେଷ୍ଟିଂ କିଟ୍ ଚାହୁଁଛି। ଏହା ଆଇସିଏମଆର ଅନୁମୋଦନ ପାଇସାରିଛି ଏବଂ ଡିସିଜିଆଇ ମଧ୍ୟ ଅନୁମତି ଦେଇସାରିଛି।

Leave A Reply

Your email address will not be published.