Latest Odisha News

BREAKING NEWS

ରାଜଧାନୀର ରୂପାଲି ଛକରେ ଜଳିଗଲା ଦୁଇଟି ଦୋକାନ

ଭୁବନେଶ୍ୱର: ରୂପାଲି ଛକର ବଜାର ଅଂଚଳରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ସମ୍ପୂଣ୍ଣ ଜଳି ଯାଇଛି । ପାଖିପାଖି ଥିବା ଅନେକ ଦୋକାନ ମଧ୍ୟ ଅଧ ଅଧା ଜଳିଯାଇଛି ।

ନିଆଁ ଲାଗି ଯାଇଥିବା ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିିଥିଲେ । ତେବେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବାରୁ ଏହି ଘଟଣା ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । କିନ୍ତୁ ଏଥିରେ କେହି ମୃତାହତ ହୋଇ ନାହାନ୍ତି ।

Leave A Reply

Your email address will not be published.