Latest Odisha News

BREAKING NEWS

ଲକଡାଉନ୍ ଘୋଷିତ ଚାରି ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ ରହିଛି । ରାଜ୍ୟରେ ଯେତିକି ପଜିଟିଭ୍ ବାହାରିଛନ୍ତି ସେଥିରୁ ଅଧାରୁ ଅଧିକ କେବଳ ୪ଟି ଜିଲ୍ଲାରୁ ଅଛନ୍ତି ।
୪ ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍
ରାଜ୍ୟରେ ବର୍ତ୍ତମାନ ୪ ହଜାର ୪୧୨ଟି କୋଭିଡ ଆକ୍ଟିଭ୍ କେସ ରହିଛି । କିନ୍ତୁ ଲକଡାଉନ୍ ଘୋଷଣ ହୋଇଥିବା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ଅଛି ମୋଟ୍ ୨ ହଜାର ୮୪୫ ଆକ୍ଟିଭ୍ କେସ୍ । ଅର୍ଥାତ୍ ରାଜ୍ୟରେ ବର୍ତ୍ତମାନ ଯେତିକି ଚିକିତ୍ସାଧୀନ ଅଛନ୍ତି, ତାର ୬୪ ପ୍ରତିଶତ ଚାରିଟି ଜିଲ୍ଲାର ଆକ୍ରାନ୍ତ ଅଛନ୍ତି ।
୪ ଜିଲ୍ଲାରେ ୮ ହଜାର ୫୦୯ ପଜିଟିଭ୍
ରାଜ୍ୟରେ ବର୍ତ୍ତମାନ ପଜିଟିଭ୍ ସଂଖ୍ୟା ୧୫ହଜାର ୩୯୨ । ଚାରିଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁରରୁ ବାହାରିଛନ୍ତି ମୋଟ୍ ୮ ହଜାର ୫୦୯ ଆକ୍ରାନ୍ତ । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୫୫ ପ୍ରତିଶତ ଚାରି ଜିଲ୍ଲାର ଭୂତାଣୁ ସଂକ୍ରମିତ ।
୪ ଜିଲ୍ଲାରେ ୭୦ ମୃତ
ରାଜ୍ୟରେ କରୋନା ନେଇଛି ୭୯ ମୁଣ୍ଡ । ଅଧିକ ସଂକ୍ରମିତ ଚାରି ଜିଲ୍ଲାରେ ମଲେଣି କେବଳ ୭୦ ଭୂତାଣୁ ସଂକ୍ରମିତ । ରାଜ୍ୟର ମୃତ୍ୟୁସଂଖ୍ୟାର ୮୮ ପ୍ରତିଶତ କେବଳ ସେସବୁ ଜିଲ୍ଲାରୁ ଅଛନ୍ତି ।

Leave A Reply

Your email address will not be published.