ଭୁବନେଶ୍ବର: କରୋନା ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାତ୍ତା ଦେଇଛନ୍ତି । ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ରହିବାକୁ ପଡିବ । ଯେଉଁ ପର୍ଯ୍ୟନ୍ତ କରୋନା ଟୀକା ତିଆରି ହୋଇନାହିଁ ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଦରକାର ।
ଦେଶରେ କରୋନା ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ହେବା ପାଇଁ ପଡିବ ଓ କରୋନା ଟୀକା ତିଆରି ହେବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଜରୁରୀ। ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳି ପାରିବ ବୋଲି ମୋର ଦୃଢ ବିଶ୍ୱାସ । pic.twitter.com/2IKoBSW8cO
— Dharmendra Pradhan (@dpradhanbjp) July 18, 2020
ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ଏବଂ ସୁନ୍ଦରଗଡ଼ର ରାଉରକେଲା ମୁନିସିପାଲଟିରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ୍ ଡ଼ାଉନ୍ ଘୋଷଣା କରିଛନ୍ତି । ଏହି ଅଂଚଳର ଲୋକମାନେ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସୀମ ଧୈର୍ଯ୍ୟର ପରାକାଷ୍ଠା ଦେଖାଇ ସରକାର, ପ୍ରଶାସନ ଓ ଅଧିକାରୀ ମାନଙ୍କୁ ସହଯୋଗ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଅତୀତରେ ଓଡ଼ିଶା ବହୁ ମହାମାରୀର ମୁକାବିଲା କରିଛି । ଏଥର କରୋନାକୁ ମଧ୍ୟ ସଫଳତାର ସହ ମୁକାବିଲା କରିବ । ମହାପ୍ରଭୁଙ୍କ ଆର୍ଶ୍ରିବାଦ ଓଡିଶା ଉପରେ ରହିଛି । ବିଶୃଙ୍ଖଳିତ ହେଲେ ସମସ୍ତେ ଅସୁବିଧାରେ ପଡିବେ । ତେଣୁ ଏହି ମହାମାରୀ ଲମ୍ବା ସମୟ ଧରି ଚାଲିବ ଏପରି ସ୍ଥିତିରେ ଜୀବନ ଓ ଜୀବିକାର ସନ୍ତୁଳନ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
Comments are closed.