Latest Odisha News

ମାଛ ମାର୍କେଟ ସିଲ୍‌, ଗଞ୍ଜାମକୁ ଯିବନି ଚିଲିକା ମାଛ

ଖୋର୍ଦ୍ଧା: ଚିଲିକା କୂଳ ମାଛ ମାର୍କେଟ ସିଲ୍ । ୭ ଦିନ ପାଇଁ ମାଛ ମାର୍କେଟକୁ ସଟଡାଉନ୍ କରାଯାଇଛି । ଜଣେ ମାଛ ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । କରୋନା ଭୟରେ ୨ଟି ମାଛ ଗୋଦାମ ସହ ୩ଟି ଆଇସ୍ ଫ୍ୟାକ୍ଟରୀକୁ ସିଲ୍ କରାଯାଇଛି । ଏଥିସହ ଚିଲିକାରୁ ଗଂଜାମକୁ କୌଣସି ମାଛ ଗାଡି ଯିବନି କି ଆସିବ ନାହିଁ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ।

BjdElectrycity

ଦିନକୁ ଦିନ ରାଜ୍ୟରେ କରୋନା ଅଣାୟତ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲା ଗଂଜାମ, ଖୋର୍ଦ୍ଧା, ଯାଜପୁର, କଟକ ସମେତ ରାଉରକେଲା ମହାନଗର ନିଗମରେ ଆଜିଠାରୁ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି । ଏହି ସମୟରେ ଅତ୍ୟାବଶ୍ୟକ ସମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ ।

Leave A Reply

Your email address will not be published.