Latest Odisha News

ସଫଳତା ଦିଗରେ ‘କୋଭାକ୍ସିନ୍‌’: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ରୋଗୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଆରମ୍ଭ ହୋଇଛି ଭାରତର ସ୍ୱଦେଶୀ କରୋନା ଟିକାର ମାନବ ପରୀକ୍ଷଣ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥମନ୍ତ୍ରୀ ହର୍ଷବର୍ଦ୍ଧନ । ଭ୍ୟାକ୍‌ସିନ୍ ତିଆରି ପ୍ରକ୍ରିୟାରେ ମିଳିଛି ସକାରାତ୍ମକ ସଂକେତ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଦେଶରେ ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ’ର ହ୍ୟୁମନ୍ ଟ୍ରାଏଲ ଆରମ୍ଭ ହୋଇଛି । ଦୁଇଟି ପର୍ଯ୍ୟାୟରେ ୧୪ଟି ସ୍ଥାନରେ ଏହି ଟିକାର ମାନବ ପରୀକ୍ଷଣ ଚାଲିଛି । କରୋନା ବିରୋଧୀ ଲଢ଼େଇରେ ଏହା ନିର୍ଣ୍ଣାୟକ ସ୍ଥିତିରେ ପହଂଚିଛି । ମଣିଷଙ୍କ ଉପରେ ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଇନଥିପବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ମହାମାରୀ ଉପରେ ବିଜୟ ପ୍ରାପ୍ତ ହେବ ବୋଲି ନିଜ ଟ୍ୱିଟ୍‌ରେ ଲେଖିଛନ୍ତି ହର୍ଷବର୍ଦ୍ଧନ ।

କୋଭାକ୍ସିନ୍‌କୁ ନେଇ ସମସ୍ତ ତଥ୍ୟ ଉପରେ ଆଇସିଏମ୍‌ଆର୍ ବୈଜ୍ଞାନିକ ଦୃଷ୍ଟି ରଖିଛନ୍ତି । ସାରା ବିଶ୍ୱରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏବେ ପ୍ରତିଷେଧକ ଟିକା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.