Latest Odisha News

BREAKING NEWS

ରାଜସ୍ଥାନ ରାଜନୀତି: ବିଟିପିର ୨ ବିଧାୟକଙ୍କ ୟୁଟର୍ଣ୍ଣ

ଜୟପୁର: ରାଜସ୍ଥାନ ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ଡ୍ରାମା ଦେଖିବାକୁ ମିଳିଛି । କଂଗ୍ରେସ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ଭାରତୀୟ ଟ୍ରାଇବାଲ ପାର୍ଟିର ୨ ବିଧାୟକ ୟୁ ଟର୍ଣ୍ଣ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରିବେ ବୋଲି ଶନିବାର କହିଛନ୍ତିି । ଗେହଲଟ ଏ ନେଇ ଟୁଇଟ ମଧ୍ୟ କରିଛନ୍ତି । ଆମ ସରକାରକୁ ଉପରୋକ୍ତ ୨ ବିଧାୟକ ସମର୍ଥନ ଘୋଷଣା କରିବା ସହ ପତ୍ର ମଧ୍ୟ ଦେଇଛନ୍ତି ବୋଲି ସେ କହିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ସେମାନେ ସରକାରଙ୍କ ନିକଟରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ଧିରେ ଧିରେ ଗେହଲେଟ ରାଜସ୍ଥାନରେ ତାଙ୍କ ସ୍ଥିତି ମଜଭୁତ କରୁଛନ୍ତି । ଅପରପକ୍ଷରେ ସଚିନ କେଉଁ ପଦକ୍ଷେପ ଗ୍ରହଣ କରିବେ ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି ।

Leave A Reply

Your email address will not be published.