Latest Odisha News

BREAKING NEWS

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ଓ୍ୱେରେ ବସ୍ ଓଲଟି ୫ ମୃତ, ୨୦ ଆହତ

କନୌଜ: ଉତ୍ତରପ୍ରଦେଶ କନୌଜ ନିକଟ ଆଗ୍ରା-ଲକ୍ଷ୍ନୌ ଏକ୍ପପ୍ରେସ ଓ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ଧକ୍କା ହେବାରୁ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଲା ବସ୍ । ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରୁ କିଛି କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆଗକୁ ବଢ଼ିପାରେ ମୃତ୍ୟୁ ସଂଖ୍ୟା । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବସଟି ବିହାର ଦରଭଙ୍ଗାରୁ ଦିଲ୍ଲୀ ଯାଉଥିଲା । ଲକଡାଉନ୍ ଉଠିବା ପରେ ବସ ଯୋଗେ କିଛି ପ୍ରବାସୀ ଦିଲ୍ଲୀ କର୍ମସ୍ଥଳୀକୁ ଫେରୁଥିଲେ । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ଓ୍ୱେରେ ଠିଆ ହୋଇଥିବା କାରକୁ ପଛରୁ ଧକ୍କା ଦେଇଥିଲା ବସ୍ । ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Leave A Reply

Your email address will not be published.