ଭୁବନେଶ୍ୱର: କୋଭିଡ୧୯ ସବୁଠି କାୟା ମେଲାଇଥିବା ବେଳେ ଏହାର ଔଷଧ ବାହାର କରିବା ପାଇଁ ଅନେକ ଦେଶ ଲାଗି ପଡିଛନ୍ତି । ଏଭଳି ଏକ କରୋନା ଔଷଧ ଗବେଷଣାରେ ସାମିଲ ହୋଇଛନ୍ତି ଓଡିଆ ଗବେଷକ ଆଦିତ୍ୟ ପାଢୀ ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାପାନର ରିକେନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ୟୁମିଫିନୋଭିର ନାମକ ଏକ ଆଣ୍ଟି-ଇନ୍ଫ୍ଲୁଏଞ୍ଜା ଔଷଧର ଗବେଷଣା କାର୍ଯ୍ୟରେ ସାମିଲ ହୋଇଛନ୍ତି ଆଦିତ୍ୟ । ଚୀନ୍ ଓ ଋଷ ସରକାର ଏହି ଔଷଧର ବ୍ୟବହାର କରି କରୋନା ଜନିତ ମୃତ୍ୟୁହାର ରୋକିବାରେ କିଛିଟା ସଫଳ ହୋଇଥିବା ବେଳେ ଏବେ ଏହା ଉପରେ ଭରସା କରିଛି ଭାରତ ।
ୟୁମିଫିନୋଭିର ଉପରେ ଗବେଷଣା କରୁଛନ୍ତି ଓଡିଆ ପୁଅ ଆଦିତ୍ୟଙ୍କ ସହ ଭୁବନେଶ୍ୱର ନାଇଜର ଛାତ୍ର ଅନିରୁଦ୍ଧ ସିଲ୍ ଓ ଶିଲଂ ନର୍ଥ ଇଷ୍ଟର୍ଣ୍ଣ ହିଲ୍ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ତିମିର ତ୍ରିପାଠି ।
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୟୁମିଫିନୋଭିର କେତେ ସହାୟକ ହେବ, ସେନେଇ ଆଦିତ୍ୟ ଗବେଷକ କରୁଥିବା ନେଇ ସୂଚନା ମିଳିଛି ।
ସେ ୨୦୦୯ ରେ ବିପିୟୁଟି, ରାଉରକେଲାରୁ ବାୟୋଟେକ୍ନୋଲୋଜିରେ ବି-ଟେକ୍ ଏବଂ ୨୦୧୬ ରେ ଦିଲ୍ଲୀର ଆଇଆଇଟିରୁ ବାୟୋଲୋଜିକାଲ୍ ସାଇନ୍ସରୁ ପିଏଚଡି ସମାପ୍ତ କରିଥିଲେ।
Comments are closed.