Latest Odisha News

BREAKING NEWS

ରୂପି ସମସ୍ୟାରୁ ଏହିପରି ପାଆନ୍ତୁ ମୁକ୍ତି…

ଭୁବନେଶ୍ୱର: ପ୍ରାୟ ସମସ୍ତଙ୍କ କେଶରେ ରୂପି ଭଳି ସମସ୍ୟା ଦେଖା ଯାଇଥାଏ । ଯାହା ଫଳରେ କେଶ ଦୁର୍ବଳ ହେବା ସହ ଝଡିବା ଆରମ୍ଭ କରିଥିାଏ ।

ଏପରିକି ବେଳେବେଳେ କେଶମୂଳ ଶୁଷ୍କ, ଝାଳ ବାହାରିବା ଯୋଗୁଁ କେଶ ମୂଳ କୁଣ୍ଡେଇ ମଧ୍ୟ ହୋଇଥାଏ । ଜାଣନ୍ତୁ ଘରୋଇ ଉପଚାର ବ୍ୟବହାର କରି କିଭଳି ରୂପି ସମସ୍ୟାରୁ ମୁକ୍ତି ପାଇବେ।

ରୁପି ସମସ୍ୟାକୁ ଦୂର କରିଥାଏ ଦହି । ଏହା କେଶରୁ ରୂପି ଦୂର କରିବା ସହ କେଶକୁ ପୋଷଣ ମଧ୍ୟ ଦେଇଥାଏ । ଏକ କପ୍ ଦହିରେ ଗୋଟିଏ ଚାମଚ ବେକିଂ ସୋଡା ମିଶାଇ କେଶ ମୂଳରେ ବ୍ୟବହାର କରନ୍ତୁ ।

କେଶ ମୂଳରେ ହେଉଥିବା କୁଣ୍ଡେଇ ପାଇଁ ଲେମ୍ବୁ ବ୍ୟବହାର କରନ୍ତୁ । ଏକ ଛୋଟ ଚାମଚ ଲେମ୍ବୁ ରସକୁ ୧ କପ୍ ପାଣିରେ ମିଶାଇ କେଶରେ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ କେଶ ଧୋଇଦିଅନ୍ତୁ ।

ନିମ ଓ ତୁଳସୀ ପତ୍ରକୁ ପାଣିରେ ପକାଇ ହାଲୁକା ଗରମ କରି ଦିଅନ୍ତୁ । ଥଣ୍ଡା ହେବା ପରେ ଏହି ପାଣିରେ କେଶ ଧୁଅନ୍ତୁ । କିଛି ଦିନ ବ୍ୟବଧାନରେ ଏଭଳି କଲେ ଆପଣ ଫରକ ଅନୁଭବ କରିପାରିବେ ।

Leave A Reply

Your email address will not be published.