Latest Odisha News

BREAKING NEWS

ଘରେ ପଶିଲା ଚିତା ବାଘ, କୁକୁରକୁ ମାରି ସାଙ୍ଗରେ ନେଇଗଲା

ଉତ୍ତରାଖଣ୍ଡ: ଜନବସତି ମୁହାଁ ହେଲେଣି ବନ୍ୟଜନ୍ତୁ । କେତେବେଳେ ହାତୀଙ୍କ ଉତ୍ପାତ ତ କେବେ ଘରେ ପଶିଲାଣି ବାଘ । ଏମିତି ଏକ ଘଟଣା ଏବେ ସାମନାକୁ ଆସିଛି ଉତ୍ତରାଖଣ୍ଡରୁ । ଘରେ ପଶିଲା ଚିତା ବାଘ । କୁକୁରକୁ ଆକ୍ରମଣ କଲା । ମାରି ସାଙ୍ଗରେ ନେଇଗଲା । ଘରେ ଲାଗିଥିବା ସିସିଟିଭରେ କଏଦ ହୋଇଛି ସେହି ସମୟର ଦୃଶ୍ୟ । ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ଲାଗିଛି ଭିଡିଓ ।
ଦେଖନ୍ତୁ ଚିତା ବାଘ ଶିକାର ବେଳର ଭିଡିଓ

ଉତ୍ତରାଖଣ୍ଡର ତଲ୍ଲିତାଲ ଅଞ୍ଚଳରେ ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ଘର ବାହାରେ ପରିବେଶ ଶୂନଶାନ ଥିଲା । ହଠାତ୍ ହେଟା ବାଘ ଘର ଭିତରେ ପ୍ରବେଶ କଲା । କିଛି ମିନିଟ ଭିତରେ ବାହାରି ଆସିଥିଲା ।
ଘର ବାହାରେ ଆସି ଲୁଚି ରହିଥିଲା ବାଘ । ତା ପଛେ ପଛେ କୁକୁରଟି ବାହାରକୁ ଆସିବା କ୍ଷଣି ଛାମ୍ଫି ନେଇଥିଲା ବାଘ । ସାଙ୍ଗରେ ନେଇ ପଳାଇଥିଲା । ହଠାତ୍ ଘରର କେହି ଜଣେ ଦୌଡ଼ି ଆସିବା ବେଳକୁ ବାଘ ସେଠାରୁ ଚମ୍ପଟ ମାରିଥିଲା ।

Leave A Reply

Your email address will not be published.