ସଲମାନ ଖାନଙ୍କ ଚାଷୀ ଅନ୍ଦାଜ । ନିଜେ ଟ୍ରାକ୍ଟର ଚଳାଇ ବିଲରେ ଚାଳ କରିଛନ୍ତି । ପାଣି କାଦୁଅ ଭିତରେ ଜମିରେ ଟ୍ରାକ୍ଟର ଚଳାଇଛନ୍ତି ବଲିଉଡ ସୁପରଷ୍ଟାର । ଏହାର ଭିଡିଓ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ଫାର୍ମିଂ । ଅର୍ଥାତ ଚାଷ କରୁଛି ।
ଭିଡିଓରେ ସଲମାନ ଟ୍ରାକ୍ଟର ଚଳାଉଥିବା ଓ ଜମିକୁ ଯାଉଥିବା ଦେଖିବାକୁ ମିଳିଛି । ଭିଡିଓ ସୁଟିଂ ବେଳେ ବର୍ଷା ହେଉଥିଲା । କିଛି ସମୟ ସଲମାନ ନିଜେ ଟ୍ରାକ୍ଟର ଚଳାଇଥିଲେ । ପରେ ସହଯୋଗୀ ଟ୍ରାକ୍ଟର ଚଳାଇବା ବେଳେ କାଦୁଅ ଜମି ଭିତରେ ବୁଲୁଥିବା ନଜର ଆସିଛନ୍ତି ବଲିଉଡ୍ ଭାଇଜାନ୍ ।
ସୋସିଆଲ ମିଡିଆରେ ସଲମାନଙ୍କ ଏହି ଭିଡିଓକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ । ପୂର୍ବରୁ ଚାଷ ବେଳର କିଛି ଫଟୋ ସେୟାର କରିଥିଲେ ସଲମାନ । ଦେହ ସାରା ପାଣି କାଦୁଅ ଲାଗିଥିବାର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ମାର୍ଚ୍ଚରେ ଲକଡାଉନ ଲାଗୁ ପରଠାରୁ ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ରହୁଛନ୍ତି ।
Comments are closed.