କାନପୁର: ଉତ୍ତରପ୍ରଦେଶ କାନପୁରର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଦିନ ସାମନାକୁ ଆସିଛି ।
ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ବିକାଶ ଶରୀରରେ ପାଖାପାଖି ୧୦ଟି କ୍ଷତ ସ୍ଥାନ ସୃଷ୍ଟି ହୋଇଥିଲା । ଯେଉଁଥିରେ ଗୁଳି ବାଜିବାରୁ ୬ଟି ଜାଗାରେ ଆଘାତ ଲାଗିଥିଲା । ବାକି ସବୁ କ୍ଷତ ଦୌଡିବା ସମୟରେ ତଳେ ପଡିଯିବାରୁ ସୃଷ୍ଟି ହୋଇଛି । ତେବେ ଦେହରେ ଗୁଳି ବାଜିବା ପରେ ଶରୀରରୁ ଅତ୍ୟଧିକ ରକ୍ତ ବାହାରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି ।
ଆହୁରି ମଧ୍ୟ ଏନକାଉଣ୍ଟରରେ ବିକାଶର ଦେହରେ ୩ଟି ଗୁଳି ବାଜିଥିଲା । ଯାହା ତା’ ଶରୀରର ଆର ପାର ହୋଇ ଯାଇଥିଲା ।
ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୧୦ ତାରିଖରେ ପୋଲିସର ଏନକାଉଣ୍ଟରରେ ବିକାଶର ମୃତ୍ୟୁ ଘଟିଥିଲା । ବିକାଶ ଦୁବେ କାନପୁରରେ ସୁଟଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ଥିଲା ।
Comments are closed.