ପୁରୀ: ଆଇଆଇପିଏମ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ ଜଣେ ପ୍ରତିଷ୍ଠିତ ଲେଖକ । ମାତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସେ ଯେଉଁ ଭଳି ଭାବେ ଉପସ୍ଥାପନ କରିଛନ୍ତି ସେଥିନେଇ ବିବାଦ ଜୋର ଧରିଛି । ଶ୍ରୀଜଗନ୍ନାଥଙ୍କ ସ୍ୱାସ୍ଥ୍ୟ ଡାକ୍ତରମାନେ ଯାଂଚ କରିବା ଫଟୋ ଟୁଇଟ କରି ସେ ଲେଖିଛନ୍ତି ଭକ୍ତଙ୍କୁ ରକ୍ଷା କରିବାରେ ଠାକୁର ଅସମର୍ଥ ହେବା ପରେ ଡାକ୍ତରମାନେ ସ୍ୱାସ୍ଥ୍ୟ ଯାଂଚ ଦେଖୁଛନ୍ତି । ତାଙ୍କର ଏହି ଟୁଇଟ ଜଗନ୍ନାଥପ୍ରେମୀଙ୍କୁ ବାଧିଛି । ବିଷେଷ କରି ପୁରୀରେ ଏ ନେଇ ଆଲୋଡନ ସୃଷ୍ଟି ହୋଇଛି । ସେବକମାନେ ଏହା ଜଗନ୍ନାଥ ମହାପ୍ରଭୂଙ୍କ ଅପମାନ ବୋଲି କହିଛନ୍ତି । ଶ୍ରୀଚୌଧୁରୀ ଏ ଭଳି ହୀନ ଓ ଧର୍ମବିରୋଧୀ ମନ୍ତବ୍ୟରୁ ଓହରୁନ୍ତି ବୋଲି ସେମାନେ କହିଛନ୍ତି । ସେ ତାଙ୍କ ଟୁଇଟରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି । ଦିନ ରାତି ତିରୁମାଲା ତିରୁପତି ବାଲାଜୀଙ୍କ ସେବା କରୁଥିବା ସେବକମାନେ ମଧ୍ୟ କରୋନରେ ଆକ୍ରାନ୍ତ ହେଉଛନ୍ତି ।
ପ୍ରାର୍ଥନା ଦ୍ୱାରା ଭଙ୍ଗା ହାତ ଯୋଡି ହୋଇ ଯିବନି, ଛିଣ୍ଡି ଯାଇଥିବା ଗୋଡ କଅଁଳିବ ନାହିଁ କିମ୍ବା କୋଭିଡଭଳି ମହାମାରୀ ଭଲ ହେବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ମହିମା ଜାଣି ନ ଥିବା ବ୍ୟକ୍ତି ଏ ଭଳି ମନ୍ତବ୍ୟ ଦେବ । ପ୍ରେୟାର ରିୟଲି ଡୋଂଟ ୱାର୍କ, ଏଭେର ଶୀର୍ଷକରେ ସେ ଏହି ବାର୍ତା ଦେଇଛନ୍ତି ।
Comments are closed.