Latest Odisha News

BREAKING NEWS

ବାବ୍ରି ମସଜିଦ ମାମଲା: ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନହୋର ଯୋଶୀଙ୍କ ହେବ ବୟାନ ରେକର୍ଡ

ନୂଆଦିଲ୍ଲୀ:ବାବ୍ରି ମସଜିଦ ଭଙ୍ଗା ମାମଲାରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ କରାଯିବ। ମାମଲାର ଶୁଣାଣି କରୁଥିବା ସିବିଆଇ ସ୍ୱତନ୍ତ୍ର ଅଦଲାତ ସୋମବାର ଏଥିଲାଗି ତାରିଖ ଘୋଷଣା କରିଛନ୍ତି। ସିଆରପିସି ଧାରା ୩୧୩ ଅନୁସାରେ କୋର୍ଟ ଜୁଲାଇ ୨୩ରେ ମୂରଲୀ ମନୋହର ଯୋଶୀ ଓ ୨୪ ତାରିଖରେ ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ କରିବେ। ଭିଡିଓ କନଫରେନସିଂରେ ବୟାନ ରେକର୍ଡ କରାଯିବ ବୋଲି ଜଣାପଡିଛି।

ବାବ୍ରି ମସଜିଦ୍‌ ଭଙ୍ଗା ମାମଲାରେ ବରିଷ୍ଠ ବିଜେପି ନେତ୍ରୀ ଉମାଭାରତୀ ଗତ ଗୁରୁବାର କୋର୍ଟରେ ହାଜର ହୋଇଥିଲେ। ଉମାଭାରତୀ ମାମଲାର ୧୯ତମ ଅଭିଯୁକ୍ତ ହୋଇଥିବା ବେଳେ ସ୍ୱତନ୍ତ୍ର ସିବିଆଇ ନ୍ୟାୟାଧୀଶ ଏସ୍.କେ. ଯାଦବଙ୍କ ଅଦାଲତରେ ମସଜିଦ୍‌ ଭଙ୍ଗା ନେଇ ତାଙ୍କ ବୟାନ ରଖିଥିଲେ।

ସେ କହିଥିଲେ ଯେ ୧୯୯୨ ମସିହାର ଏହି ଘଟଣାରେ ତତ୍କାଳୀନ କଂଗ୍ରେସ ସରକାର ରାଜନୈତିକ ଆକ୍ରୋଶ ରଖି ମାମଲାରେ ତାଙ୍କୁ ଅଭିଯୁକ୍ତ କରିଥିଲେ। ତେବେ ଘଟଣା ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ତତ୍କାଳୀନ  କେନ୍ଦ୍ର  ସରକାର ରାଜନୈତିକ ସ୍ୱାର୍ଥ ଲାଗି ସେ ଓ ତାଙ୍କ ଭଳି ଅନ୍ୟ ଲୋକଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା ରୁଜୁ କରିଛନ୍ତି।

ବାବ୍ରି ମସଜିଦ୍ ମାମଲାରେ ମୋଟ ୩୨ ଅଭିଯୁକ୍ତଙ୍କ ମଧ୍ୟରୁ କୋର୍ଟ ୨୬ ଜଣଙ୍କ ବୟାନ ରେକର୍ଡ କରିଥିବା ବେଳେ ଏବେ ମୂରଲୀ ମନୋହର ଯୋଶୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ ହେବ।

Leave A Reply

Your email address will not be published.