Latest Odisha News

BREAKING NEWS

ଗାଜିଆବାଦରେ ଗୁଳିମାଡ଼ରେ ଆହତ ସାମ୍ବାଦିକଙ୍କ ମୃତ୍ୟୁ

ଗାଜିଆବାଦ (ଉତ୍ତରପ୍ରଦେଶ): ଆଖି ବୁଜିଲେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ଗାଜିଆବାଦର ଯୁବ ସାମ୍ବାଦିକ ବିକ୍ରମ ଯୋଶୀ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ବିକ୍ରମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁଳିମାଡ଼ରେ ତାଙ୍କ ମୁଣ୍ଡରେ ଥିବା ଶିରାଗୁଡ଼ିକ ଅଚଳ ହୋଇଯାଇଥିବା ଡାକ୍ତର କହିଥିଲେ ।

ଗତ ୨୦ ତାରିଖରେ ଗାଜିଆବାଦ ବିଜୟନଗର ସ୍ଥିତ ଘର ଆଗରେ ଅଜଣା ଦୁର୍ବୃତ୍ତ ବିକ୍ରମ ଯୋଶୀଙ୍କ ଉପରେ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁଳିକାଣ୍ଡ ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ।

ବିକ୍ରମ ତାଙ୍କ ଝିଆରୀଙ୍କୁ କିଛି ଲୋକ ହଇରାଣ ହରକତ କରୁଥିବା ନେଇ ବିଜୟନଗର ଥାନାରେ ଏତଲା ଦେଇଥିଲେ । ସେହିଦିନ ହିଁ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା ।

Leave A Reply

Your email address will not be published.