Latest Odisha News

BREAKING NEWS

ନାଲି ଆଖି ଦେଖାଇଲେଣି ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ମାଡ଼ି ମାଡ଼ି ଚାଲିଛି । ଗଞ୍ଜାମ ପରେ ଗଜପତି ଓ ଏବେ କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ରାଜ୍ୟ ପାଇଁ ଟେନସନ୍ । ସବୁଠୁ ଅଧିକ ଚିନ୍ତାର କାରଣ ହୋଇଛି ରାୟଗଡ଼ା ଓ ମାଲକାନଗିରିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ।
ଜୁଲାଇରେ ରାୟଗଡ଼ାରୁ ୨୯୯ ପଜିଟିଭ୍
ଗତ ୨୪ ଘଣ୍ଟାରେ ରାୟଗଡ଼ା ଜିଲ୍ଲାରୁ ୯୬ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ୍ କେସ୍ ୩୩୮କୁ ବୃଦ୍ଧି ପାଇଛି । ତଥ୍ୟ କହୁଛି ଜୁଲାଇ ମାସରେ ରାୟଗଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଚାନକ ବଢିଛି । ଜୁଲାଇ ୧ରୁ ଆଜି ଭିତରେ ରାୟଗଡ଼ା ଜିଲ୍ଲାରୁ ବାହାରିଛନ୍ତି ୨୯୯ ଜଣ କରୋନା ଆକ୍ରାନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ଗତ ସପ୍ତାହେ ଭିତରେ ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି ୧୭୨ ଜଣ ।

ରାୟଗଡ଼ା ଜିଲ୍ଲାର କରୋନା ତଥ୍ୟ

ଡରାଉଛି ମାଲକାନଗିରି କରୋନା କେସ୍
ଜୁଲାଇ ମାସରେ ମୁଣ୍ଡ ବିନ୍ଧାର କାରଣ ହେଲାଣି ମାଲକାନଗିରି ଜିଲ୍ଲା । ଗତ ୨୪ ଘଣ୍ଟାରେ ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଛି ୩୭୨ । କିନ୍ତୁ ଚିନ୍ତାର କାରଣ ହେଉଛି ଯେ, ଜୁଲାଇ ମାସରେ ବାହାରିଛି କେବଳ ୨୬୬ ପଜିଟିଭ୍ କେସ୍ । ଗତ ସପ୍ତାହେ ଭିତରେ ଚିହ୍ନଟ ହୋଇଛନ୍ତି ୧୬୪ ନୂଆ ଆକ୍ରାନ୍ତ ।

ମାଲକାନଗିରି ଜିଲ୍ଲାର କରୋନା ତଥ୍ୟ

କେବଳ ମାଲକାନିଗିରି କି ରାୟଗଡ଼ା ନୁହେଁ, ଦକ୍ଷିଣ ଓଡ଼ିଶାର କନ୍ଧମାଳ, ଗଜପତି, ନବରଙ୍ଗପୁର ଜିଲ୍ଲାରେ ବି ଜୁଲାଇ ମାସରେ କରୋନା କାୟା ବୃଦ୍ଧି କରିଛି । ଅଧିକ ସଂକ୍ରମିତ ବାହାରୁଛନ୍ତି ଦକ୍ଷିଣ ଓଡ଼ିଶାରୁ । ସେହିପରି ପଶ୍ଚିମ ଓଡ଼ିଶାରେ ବି କରୋନା କେସ୍ ବଢୁଛି ।

Leave A Reply

Your email address will not be published.