ନୂଆଦିଲ୍ଲୀ: ଦୂର ହେଲା ଦ୍ୱନ୍ଦ । ଚଳିତ ବର୍ଷ ପାଳନ ହେବ ସ୍ୱାଧୀନତା ଦିବସ । କରୋନା କଟକଣା ଭିତରେ ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ସରକାର । ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ପାଇଁ କେନ୍ଦ୍ର ଓ ଗୃହ ବିଭାଗ ପକ୍ଷରୁ ଗାଇଡ ଲାଇନ୍ ଜାରି ହୋଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗର ଯୁଗ୍ମ ସଚିବ ଅନୁଜ ଶର୍ମା ।
ଗାଇଡ଼ଲାଇନ ଅନୁସାରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ବେଳେ ଭିଡ଼ ଜମିବନି । ଭିଡ଼ ରୋକିବା ପାଇଁ ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦିଆଯିବ । ସମାରୋହରେ ଅଧିକ ଜନସମାଗମକୁ ସମ୍ପୂର୍ଣ୍ଣ ଉପରେ ରୋକ ଲଗାଯିବ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦିନ ୯ଟା ପରେ ପତକା ଉତ୍ତୋଳନ କରାଯିବ ।
କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣାକୁ ପାଳନ କରିବା ସହ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ସ୍ୱାଧୀନତା ଦିବସ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପତାକା ଉତ୍ତୋଳନ ସମାରୋହକୁ କୋଭିଡ଼ ଯୋଦ୍ଧାଙ୍କୁ ନିମନ୍ତ୍ରଣ କରାଯିବ ।
Comments are closed.