ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଶିବରାଜ ସିଂହ ଚୌହ୍ୱାନ । ଦେଶରେ ପ୍ରଥମ ଥର କୌଣସି ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।
ଟ୍ୱିଟ୍ କରି ଶିବରାଜ ସିଂ ଚୌହ୍ୱାନ ଲେଖିଛନ୍ତି, ତାଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଦେଇଥିଲା । ଏହାପରେ ସେ ଟେଷ୍ଟ କରିବା ପରେ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବା ସହ କୋଭିଡ୍ ଟେଷ୍ଚ କରିବା ପାଇଁ ନିବେଦନ କରିଛନ୍ତି ଶିବରାଜ ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ କୋଭିଡ୍ ଗାଇଡଲାଇନ୍ ପାଳନ କରୁଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜକୁ କ୍ୱାରେଣ୍ଟାଇନରେ ରହିବେ । ପୂର୍ବରୁ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ସେ ଶିବରାଜ ସିଂହଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍ ବୈଠକ ଓ ପରେ ରାଜ୍ୟପାଳ ଲାଲ ଜୀ ଟଣ୍ଡନଙ୍କ ଶେଷକୃତ୍ୟରେ ସାମିଲ ଥିଲେ ।
BREAKING NEWS
- କେରଳର ପୁନରାବୃତ୍ତି: ବୋମା ମିଶା ଖାଦ୍ୟ ଖାଇ ଛିଣ୍ଡି ଗଲା ହାତୀର ଜିଭ…
- ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ
- India rejects Bangladesh charge: ବାଂଲାଦେଶକୁ କଡ଼ା ଜବାବ ଦେଲା ଭାରତ; ୟୁନୁସ ସରକାରଙ୍କ ଦାବିକୁ କଲା ପ୍ରତ୍ୟାଖ୍ୟାନ
- ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିଲା ମା !
- ‘COVID ଟୀକା ଓ ଯୁବବର୍ଗଙ୍କ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ’;AIIMS-ICMR ରିସର୍ଚ୍ଚରୁ ମିଳିଲା ତଥ୍ୟ
- କ’ଣ ଏହି WiFi Calling? ଜାଣନ୍ତୁ କେମିତି ବିନା ସିଗ୍ନାଲରେ ବି କରିପାରିବେ କଲ୍
- Malkangiri Tension: ମାଲକାନଗିରି ହିଂସାରେ ଆଜି ଆଉ ୧୨ ଗିରଫ;ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି
- ସ୍ୱାମୀଙ୍କ ଶବ ସହ ଶୋଇଥାନ୍ତି ମହିଳା, ସ୍ୱପ୍ନରେ ଆସିଥାଏ ଦ୍ୱିତୀୟ ବିବାହ ପାଇଁ ଅନୁମତି : ଅଜବ ପରମ୍ପରା
- ପୁରୁଣା ୫୦୦-୧୦୦୦ ଟଙ୍କା ନୋଟ୍ ଘରେ ରହିଥିଲେ ସାବଧାନ ! ନହେଲେ ….
- ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କୁ ଅଲଗା ବେତନ ଦେଇଥାଏ BJP? ଜାଣନ୍ତୁ ଜେପି ନଡ୍ଡାଙ୍କ ପରେ କେତେ ଟଙ୍କା ପାଇବେ ନବୀନ
Comments are closed.