ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଶିବରାଜ ସିଂହ ଚୌହ୍ୱାନ । ଦେଶରେ ପ୍ରଥମ ଥର କୌଣସି ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।
ଟ୍ୱିଟ୍ କରି ଶିବରାଜ ସିଂ ଚୌହ୍ୱାନ ଲେଖିଛନ୍ତି, ତାଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଦେଇଥିଲା । ଏହାପରେ ସେ ଟେଷ୍ଟ କରିବା ପରେ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବା ସହ କୋଭିଡ୍ ଟେଷ୍ଚ କରିବା ପାଇଁ ନିବେଦନ କରିଛନ୍ତି ଶିବରାଜ ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ କୋଭିଡ୍ ଗାଇଡଲାଇନ୍ ପାଳନ କରୁଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜକୁ କ୍ୱାରେଣ୍ଟାଇନରେ ରହିବେ । ପୂର୍ବରୁ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ସେ ଶିବରାଜ ସିଂହଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍ ବୈଠକ ଓ ପରେ ରାଜ୍ୟପାଳ ଲାଲ ଜୀ ଟଣ୍ଡନଙ୍କ ଶେଷକୃତ୍ୟରେ ସାମିଲ ଥିଲେ ।
BREAKING NEWS
- ରାଜଧାନୀରେ ଡେଲିଭେରୀ ବୟଙ୍କୁ ମରଣାନ୍ତକ ଆକ୍ରମଣ, ମୋବାଇଲ ଓ ନଗଦ ଲୁଟ୍
- ତ୍ରିଶୁଳିଆ ପୋଲ ତଳୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର;ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ
- Electric vehicles:ଇଭି ଭଡ଼ା ଦେୟ ଧାର୍ଯ୍ୟ କଲେ ସରକାର;ହାଇକୋର୍ଟ ଜଜ୍,ମନ୍ତ୍ରୀଙ୍କ ପାଇଁ ୮୦ ହଜାର…
- ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ
- Pipili Chandua Handicraft Hub: ୮୦ କୋଟିରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର
- ଭାରସାମ୍ୟ ହରାଇ ମାର୍କେଟ କମ୍ପ୍ଳୋକ୍ସକୁ ପଶିଗଲା ଟ୍ରକ୍; ୮ରୁ ଅଧିକ ବାଇକ୍ କ୍ଷତିଗ୍ରସ୍ତ
- ୧୧ ବର୍ଷ ପରେ ମଧ୍ୟ ଅଧୁରା ରହିଲା ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ: ବିଜେଡି
- ଲର୍ଡସରେ ଆୟୋଜିତ ହେଲା ୧୫୦ତମ ଟେଷ୍ଟ ମ୍ୟାଚ
- କାହିଁକି କ୍ଷମା ମାଗିଲେ ଅଭିନେତା ରିତେଶ ଦେଶମୁଖ…
- ରାଜ୍ୟର ଅପଭ୍ରଂଶ ଇଂରାଜୀ ବନାନ ବଦଳିବ;୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ
Comments are closed.