Latest Odisha News

BREAKING NEWS

ଖଜୁରୀ ଖାଇଲେ ମିଳିବ ଏହିସବୁ ସୁଫଳ…

ଭୁବନେଶ୍ୱର: ଖଜୁରୀରେ ଅନେକ ପ୍ରକାରର ମିନେରାଲ୍ସ, ସୁଗାର, କ୍ୟାଲସିୟମ୍‌, ଆଇରନ୍ ଓ ପୋଟାସିୟମ୍ ଭଳି ତତ୍ୱ ଭରି ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ ।

ଏହାକୁ ସେବନ କରିବା ଦ୍ୱାରା ହାଡ ମଜଭୁତ ହେବା ସଙ୍ଗେସଙ୍ଗେ ଚେହେରାରେ ଚମକ ମଧ୍ୟ ଆଣି ଦେଇଥାଏ । ଆସନ୍ତୁ ଜାଣିବା ଖଜୁରୀ ଖାଇଲେ କି କି ଫାଇଦା ମିଳିପାରିବ…

ପ୍ରତିଦିନ କିଛି କିଛି ମାତ୍ରାରେ ଖଜୁରୀ ଖାଇବା ଦ୍ୱାରା ଶରୀରରେ କୋଲଷ୍ଟ୍ରୋଲ ପରିମାଣ ସନ୍ତୁଳିତ ହେବା ସହ ସୁଗାର ମାତ୍ରା ବି କମ୍ ରହିଥାଏ । ଏପରିକି ଏହା ଓଜନ ହ୍ରାସ କରାଇବାରେ ମଧ୍ୟ ସହାୟକ ହୁଏ ।

ଖଜୁରୀରେ ଥିବା ପୋଟାସିୟମ, କ୍ୟାଲସିୟମ୍‌ ତଥା ପ୍ରୋଟିନ୍ ତତ୍ୱ ଗୁଡିକ ହାଡକୁ ମଜଭୁତ କରିବାରେ ସହାୟକ ହୋଇଥାଏ । ଯାହାଫଳରେ ଜିମ୍ ଯାଉଥିବା ଲୋକଙ୍କୁ ଖଜୁରୀ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।

ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ଏ ଓ ସି ବ୍ୟତିତ ଭିଟାମିନ୍ ବି୧, ବି୨, ବି୩, ବି୫ ମଧ୍ୟ ରହିଥାଏ । ଖଜୁରୀରେ ଥିବା ଗ୍ଲୁକୋଜ୍ ଓ ଫ୍ରକ୍ଟୋଜ୍ ଆପଣଙ୍କ ଶରୀରକୁ ଫୂର୍ତ୍ତି ପ୍ରଦାନ କରିଥାଏ ।

ଖଜୁରୀରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାରେ ଚମକ ଆଣି ଦେଇଥାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଆଇରନର ମାତ୍ରା ମଧ୍ୟ ବଢିଥାଏ । ଏଥିରେ ଥିବା ଫାଇବର ତତ୍ୱ ଯୋଗୁଁ ପାଚନ କ୍ରିୟା ଠିକ୍ ରହିବା ସହ କନସ୍ଟିପେସନ ଭଳି ସମ୍ୟା ଦୂର ହୋଇଥାଏ ।

Leave A Reply

Your email address will not be published.