Latest Odisha News

BREAKING NEWS

ରାମ ମନ୍ଦିର ତଳେ ଟାଇମ କ୍ୟାପସୁଲ ରଖାଯିବ ନାହିଁ : କମଳେଶ୍ୱର ଚୌପାଲ

ଅଯୋଧ୍ୟା: ରାମ ମନ୍ଦିର ତଳେ ଟାଇମ କ୍ୟାପସୁଲ ରଖାଯିବା ଖବରକୁ ମଙ୍ଗଳବାର ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମେମ୍ବର କମଳେଶ୍ୱର ଚୌପାଲ ଖଣ୍ଡନ କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ଖବରରେ କୌଣସି ସତ୍ୟତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଭବିଷ୍ୟତରେ କୌଣସି ବିବାଦ ଉପୁଜିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି । ସୋମବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ରାମମନ୍ଦିରର ୨୦୦୦ ଫୁଟ ତଳେ ଟାଇମ କ୍ୟାପସୁଲ ରଖାଯିବ ।

BjdElectrycity

ଇତି ମଧ୍ୟରେ ଦେଶର ପବିତ୍ର ସ୍ଥାନର ମାଟି ଏବଂ ପାଣି ଅଣାଯାଇ ଅଭିଷେକର ପ୍ରସ୍ତୁତି ଆରମ୍ଭ ହୋଇଛି । ଅଗଷ୍ଟ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜାରେ ଯୋଗ ଦେବେ ।

Leave A Reply

Your email address will not be published.