ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗି ସ୍ପିରିଚୁଆଲ୍ ଲିଡର ମୋରାରୀ ବାପୁ ୫ କୋଟି ଟଙ୍କା ଦାନ ପାଇଁ ଘୋଷଣା କରିଛନ୍ତି।
ପ୍ରବଚନ ଦେବା ସମୟରେ ମୋରାରୀ ବାପୁ କହିଛନ୍ତି ଯେ ତାଙ୍କ ଆଶ୍ରମ ପକ୍ଷରୁ ରାମ ଜନ୍ମଭୂମି ଲାଗି ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ ଏବଂ ପ୍ରଭୁ ଶ୍ରୀରାମଙ୍କ ସମସ୍ତ ଭକ୍ତଙ୍କ ପକ୍ଷରୁ ୫ କୋଟି ଟଙ୍କା ଦିଆଯିବ । ଯାହା ପ୍ରଭୁ ଶ୍ରୀ ରାମଙ୍କ ଚରଣରେ ତୁଳସୀ ପତ୍ର ରୂପେ ଭେଟି ଦିଆଯିବ ।
ଆସନ୍ତା ଅଗଷ୍ଟ ମାସ ୫ ତାରିଖରେ ପ୍ରଭୁ ରାମଙ୍କ ଜନ୍ମସ୍ଥାନରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରାଯିବ । ଏହି ଭୂମି ପୂଜା ଲାଗି ଦେଶର ଅନେକ ସ୍ଥାନରୁ ପବିତ୍ର ନଦୀ ଜଳ ଓ ତୀର୍ଥ ସ୍ଥାନରୁ ମାଟି ସଂଗ୍ରହ କରାଯାଉଛି ।
ସୂଚନାଯୋଗ୍ୟ, ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ପ୍ରମୁଖ ମୋହନ ଭାଗବତ, ଲାଲ୍ କୃଷ୍ଣ ଆଡୱାନୀ ସମେତ ଅନେକ ନେତା ସାମିଲ ହୋଇପାରନ୍ତି ।
Comments are closed.