Latest Odisha News

BREAKING NEWS

ମାଲକାନଗିରି ପୌର ପରିଷଦ ଓ ବାଲିମେଳା NAC ସଟ୍‌ଡାଉନ୍ ଘୋଷଣା

ମାଲକାନଗିରି: ଜୁଲାଇ ମାସରେ ମାଲକାନଗିରି ଜିଲ୍ଲାରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତାକାଲିଠୁ ଚାରି ଦିନ ବଳବତ୍ତର ରହିବ ସଟଡାଉନ୍ । କାଲି ରାତି ୯ଟାରୁ ଅଗଷ୍ଟ ଦୁଇ ତାରିଖ ରାତି ୧୨ଟା ଯାଏଁ ଲାଗିବ କଟକଣା । ନିର୍ଦ୍ଦିଷ୍ଟ ସମୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ।

ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୯୭ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୧୪୬ ଆକ୍ରାନ୍ତ । ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.