ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଦିନ ଯେତେ ଗଡୁଛି ସସ୍ପେନ୍ସ ସେତେ ବଢ଼ୁଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଆଜି ଜିଆର୍ପି ଆଉ ୨ ଟ୍ରେନ୍ ଡ୍ରାଇଭରଙ୍କୁ ଜେରା କରିଛି ।
ଏକ ପାର୍ସଲ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍ର ଲୋକ ପାଇଲଟକୁ ଜିଆର୍ପି ପଚରାଉଚରା କରିଛି । ଉଭୟ ଟ୍ରେନ୍ର ଆସିଷ୍ଟାଂଟ ଲୋକ ପାଇଲଟ ଓ ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ତେବେ ଘଟଣା ଦିନ ରାତି ଅଧିକ ହୋଇଥିବାରୁ କିଛି ଦେଖି ନଥିବା କହିଛନ୍ତି ଟ୍ରେନ୍ ଡ୍ରାଇଭର ।
ଆଦିତ୍ୟଙ୍କ ମୃତଦେହ ମିଳିଥିବା ଟ୍ରାକ୍ରେ ଏହି ୨ଟି ଟ୍ରେନ୍ ଯାଇଥିଲା । ଏହାପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ର ଲୋକ ପାଇଲଟକୁ ଜେରା କରିଥିଲା ଜିଆର୍ପି ।
Comments are closed.