Latest Odisha News

BREAKING NEWS

ହିମାଳୟର ରହସ୍ୟମୟ ମ୍ୟାଗ୍ନେଟିକ୍ ହିଲ୍ !

ଭୁବନେଶ୍ୱର: ହିନ୍ଦୁ ପୁରାଣ ଶାସ୍ତ୍ରାନୁସାରେ ହିମାଳୟକୁ ଏକ ପବିତ୍ର ତଥା ତପସ୍ୟା ଓ ଯୋଗର ତପୋଭୂମି ଭାବେ ବର୍ଣ୍ଣନା କରାଯାଇଥାଏ । ମହାଦେବ ଶିବ ଅହର୍ନିଶି ଏହି ହିମାଳୟ ପାର୍ବତ୍ୟାଞ୍ଚଳେରେ ଥିବା କୈଳାଶରେ ଯୋଗ ନିବିଷ୍ଟ ରହିଥିବାର ଅନେକ ମୁନୀ ଋଷିମାନେ ସେମାନଙ୍କର ପ୍ରତ୍ୟେକ୍ଷ ଅନୁଭୁତିରେ ପ୍ରକାଶ କରିଛନ୍ତି । ବିଶ୍ୱର ସବୁଠାରୁ ରହସ୍ୟମୟ ପାର୍ବତ୍ୟାଞ୍ଚଳ ଭାବେ ହିମାଳୟ ପର୍ବତକୁ କୁହାଯାଇଥାଏ । ଏବେ ମଧ୍ୟ ଶହ ଶହ ବର୍ଷ ଧରି ମୁନିଋଷିଗର ତପସ୍ୟାରତ ବୋଲି ଅନେକ ଯୋଗୀ/ମହାପୁରୁଷମାନେ ଅନେକ ପୁସ୍ତକ ଓ ଜୀବନୀରେ ବର୍ଣ୍ଣନା କରିଛନ୍ତି ।

ଭାରତର ଉତ୍ତରରେ ଥିବା ହିମାଳୟ ପର୍ବତମାଳାକୁ ଭାରତର ମୁକୁଟ କୁହାଯାଏ  । ଏହି ବିରାଟ ପର୍ବତମାଳାର ଏକ ରହସ୍ୟମୟ ଅଂଶ ହେଉଛି ଲେହ ଲାଦାଖ ଅଞ୍ଚଳ । ଏହି ଅଞ୍ଚଳରେ ରହିଛି ରହସ୍ୟମୟ ମ୍ୟାଗେନେଟିକ୍‌ ହିଲ୍‌ । ଏଠାରେ ଶୁନଶାନ୍ ରାସ୍ତା ଅାଉ ଦୁଇପଟେ ରହିଛି କେବଳ ପାହାଡ଼ ହିଁ ପାହାଡ଼ । ଜନବସତି ମଧ୍ୟ ବିଶେଷ ନାହିଁ। ନା ଅଛି ଏଠାରେ ଲୋକମାନଙ୍କର ଯାତାୟାତ। ଯେଉଁବାଟ ଦେଇ ଗଲେ ହଠାତ ଡରିଯାଇଥାନ୍ତି ଯାତ୍ରୀ। ଯେଉଁମାନେ ଏକ ଅଜବ ଶକ୍ତିର ଅନୁଭବ କରିଥାନ୍ତି ଏହି ନିରୋଳା ରାସ୍ତାରେ।

କଣ ଏହି ଶକ୍ତି ?? ଯାହା ନିଜ ଅାଡ଼କୁ ଅାର୍କଷଣ କରୁଛି । ଯାହାଦ୍ୱାରା ଗାଡ଼ି ମୋଟର ସବୁ ଟାଣି ହୋଇଯାଇଥାଏ ଏଠାରେ ଥିବା ପାହାଡ଼ ଅାଡ଼କୁ । ଯେଉଁ ବାଟ ଦେଇ ଗଲା ପୂର୍ବରୁ ଲୋକମାନେ ବହୁବାର ଭାବିବାକୁ ବାଧ୍ୟ ହୋଇଥାନ୍ତି।କଣ ସେହି ଅଜଣା ଶକ୍ତି ତାକୁ ନେଇ ମନରେ ସେମାନଙ୍କର ଅାସେ ବିସ୍ମୟ ଭାବ । ଗଡ଼ାଣିଅା ବାଟରେ ମଧ୍ୟ ଗାଡ଼ି ଉପର ଅାଡ଼କୁ ଚାଲିଯାଇଥାଏ । କେହି କେହି ଏଠାରେ ଭୂତପେ୍ରତର ଭୟ ରହିଛି ବୋଲି ମଧ୍ୟ ବିଶ୍ୱାସ କରନ୍ତି ।

ସତରେ କଣ ଏଠାରେ ଅଶରୀରୀ ଅଛନ୍ତି ଅାଉ ସେମାନଙ୍କର ପ୍ରଭାବରେ ଏଭଳି ଗାଡ଼ି ଗୁଡ଼ିକ ଟାଣି ହେଇଯାଉଛି । ଏହି ରାସ୍ତା ଦେଇଦିନ ବେଳେ ଗଲେ ତ ଠିକ ଅଛି ତେବେ ରାତିରେ ଏହି ରାସ୍ତାର ଦୃଶ୍ୟ  ଅଲଗା। ଯେଉଁ ବାଟ ଦେଇ ଗଲା ବେଳେ ଲୋକମାନେ ପାହାଡ଼ ଅାଡ଼କୁ ଟାଣି ହୋଇଯାଇଥବାର ଅନୁଭୂବ କରିଥାନ୍ତି। ଯେଉଁସବୁ ଅଦ୍ଭୁତ କାରନାମା ହୋଇଥାଏ ଏଠାରେ ଥିବା ମ୍ୟାଗେ୍ନଟିକ୍‌ ହିଲ୍ସ ପାଇଁ। ଅାଜ୍ଞା ହଁ ଏହି ମ୍ୟାଗେ୍ନଟିକ୍‌ ହିଲ୍‌ରେ ଥିବା ଶକ୍ତି ଦ୍ୱାରା ଏହି ବାଟ ଦେଇ ଯାଉଥିବା ବେଳେ ଅାପେ ଅାପେ ଟାଣିହୋଇଯାଇଥାଏ ସମସ୍ତ ଗାଡ଼ି ଓ ସେଥିରେ ବସିଥିବା ଲୋକମାନେ।ଏ କଥା ଅନେକ ବର୍ଷ ପରେ ପରୀକ୍ଷା ନୀରିକ୍ଷା ପରେ ଗବେଷକ ମାନେ କହିଥିଲେ ମାତ୍ର ତଥାପି କେଉଁଠି ନା କେଉଁଠି ପ୍ରକୃତିର ରହସ୍ୟକୁ ନେଇ ସାଧାରଣ ମଣିଷ ମାନଙ୍କ ମନରେ ଏବେବି ରହସ୍ୟ ଲୁଚି ରହିଛି । 

ଏହି ରହସ୍ୟାବୃତ ହିମାଳୟର ଲଦାଖ-ଲେହ ଅଞ୍ଚଳଟି ଏବେ ମଧ୍ୟ ରହସ୍ୟାବୃତ ହୋଇରହିଛି । ଏଠାରେ ସମସ୍ତ ବସ୍ତୁ ଗୁଡ଼ିକ କେଉଁ ଏକ ଅଦୃଶ୍ୟ ଶକ୍ତି ବଳରେ ଏକ ନିର୍ଦ୍ଦିଷ୍ଟ ଆଡ଼କୁ ଚୁମ୍ବକୀୟ ଶକ୍ତି ପରି ଆକର୍ଷିତ ହୋଇପଡ଼ିଥାଏ । ହିମାଳୟର ପ୍ରାକୃତିକ ନୈସର୍ଗିକତାକୁ ଉପଭୋଗ କରିବାକୁ ଏହି ଲେହ ଲଦାଖ ଅଞ୍ଚଳକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏହି ଅଦ୍ଭୁତ ରହସ୍ୟମୟ ଘଟଣାକୁ ଅନେକ ସ୍ଥାନରେ ବର୍ଣ୍ଣନା କରିଛନ୍ତି ।

ଏହା ଜାଣିବା ପରେ ଅନେକ ବୈଜ୍ଞାନିକ ତଥା ଅନୁସନ୍ଧିତ୍ସୁ ବ୍ୟକ୍ତି ବିଶେଷମାନେ ଏହାର ସତ୍ୟତା ଉପଲବଧି କରିବାକୁ ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀରର ଏହି ଲେହ ଲଦାଖ ଅଞ୍ଚଳକୁ ପରିଦର୍ଶନ କରି ଗବେଷଣା ମଧ୍ୟ କରିଛନ୍ତି । କିନ୍ତୁ କେହି ଏହାର କୌଣସି କାରଣ ସମ୍ପର୍କରେ ସଠିକ୍ ଉତ୍ତର ପାଇନଥିବା ଜଣାପଡ଼ିଛି ।
ରହସ୍ୟମୟ ମ୍ୟାଗେନେଟିକ୍‌ ହିଲ୍‌ । ଲେହ ଠାରୁ ୩୦ କିଲୋମିଟର ଦୂରରେ ରହିଛି ଏହି ମ୍ୟାଗେ୍ଟିକ୍‌ ହିଲ। ଯାହା ସମୁଦ୍ର ପତ୍ତନ ଠାରୁ ୧୧ ହଜାର ଫୁଟ୍‌ ଉପରେ ରହିଛି। ଯେଉଁ ପାହାଡ଼ ଦେଇ ଯାଉଥିବା ରାସ୍ତାକୁ ମ୍ୟାଜିକ ରୋଡ ବୋଲି କୁହାଯାଏ । ହେଲେ ଏହାକୁ ମ୍ୟଜିକ୍‌ ରୋଡ କାହିଁକି କୁହାଯାଏ ।ଏହା ପ୍ରକୃତିର କେଉଁ ରହସ୍ୟକୁ ଲୁଚାଇ ରଖିଚି । କାହିଁକି ଏହି ପାହାଡ଼ ଦେହରେ ରହିଛି ମ୍ୟାଗେ୍ନଟିକ୍‌ ପାଓ୍ଵାର୍‌ ? ଏମିତି ଅନେକ ପ୍ରଶ୍ନରେ ଘାରି ହୁଅନ୍ତି ସମସେ୍ତ ଏ ରହସ୍ୟମୟ ପର୍ବତ ନିକଟକୁ ଅାସିଲେ  ଅାପେ ଅାପେ ଟାଣି ହୋଇଯାଇଥାଏ ଏହି ପର୍ବତ ଅାଡ଼କୁ । ଏହି ପାହାଡ଼କୁ ଗ୍ରାଭିଟି ହିଲ୍‌ ବୋଲି ମଧ୍ୟ କୁହାଯାଇଥାଏ।

ଯେଉଁଠି ରାସ୍ତାଟି ଗଡ଼ାଣିଅା ଥିଲେ ମଧ୍ୟ ଗାଡ଼ି ମୋଟର ସବୁ ଅାପେ ଅାପେ ଉପରକୁ ଯାଇଥାଏ। ସ୍ପିଡ୍‌ରେ ଯାଉଥିବା ଗାଡ଼ି ମାନଙ୍କୁ ବେ୍ରକ ଲଗାଇ ଏହି ପ୍ରାକୃତିକ ଚୁମ୍ବକୀୟ ଶକ୍ତିର ଅନୁଭବ କରିବା ପାଇଁ କୁହାଯାଇଥାଏ। ପୂର୍ବରୁ ତ ଲୋକମାନେ ଏହି ରାସ୍ତା ଦେଇ ଯିବା ପାଇଁ ଡରୁଥିଲେ। ମନରେ ତାଙ୍କର ଥିଲା ଅନେକ ପ୍ରଶ୍ନ । ହେଲେ ମ୍ୟାଗନେଟିକ୍ ପାଓ୍ଵାର ସମ୍ବନ୍ଧରେ ଜାଣିବା ପରେ ସାମାନ୍ୟ ଡର କମିଛି । ହେଲେ ଏ ରହସ୍ୟକୁ ନେଇ ସେମାନଙ୍କ ମନଭିତରେ ବିସ୍ମୟଭାବ ରହିଛି ।

ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି ହିମାଳୟର ଏହି ନିର୍ଦ୍ଦିଷ୍ଟ ପାର୍ବତ୍ୟାଞ୍ଚଳ । ରହସ୍ୟମୟ ହିମାଳୟର ଏହି ଚୁମକୀୟ ତଥା ମ୍ୟାଗନେଟିକ୍ ହିଲ୍ ସମ୍ପର୍କରେ ଏପରି ଅଦ୍ଭୁତ କାହାଣୀମାନ ଅନେକ ପର୍ଯ୍ୟଟକ, ପରିବେଶପ୍ରେମୀ ତଥା ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରକୃତରେ ଆଶ୍ଚର୍ଯ୍ୟଚକିତ କରିଥାଏ ।


ଏବେ ରାସ୍ତା ଉପରେ ମ୍ୟାଗନେଟିକ୍ ଟ୍ରାକ୍‌ ବୋଲି ଲେଖାରହିଛି। କାହିଁକି ନା ତାପରଠାରୁ ଗାଡ଼ିର ବେଗ ଜୋରରେ ନ ଥିଲେ ମଧ୍ୟ ଅାପେ ଅାପେ ଟାଣି ହୋଇଯାଏ। ଲୋକମାନେ ତ ଗାଡ଼ିର ଷ୍ଟିଅରିଂକୁ ମଧ୍ୟ ଛାଡ଼ି ଗାଡ଼ିରେ ବସି ଏହି ଚୁମ୍ବକୀୟ ଶକ୍ତିର ମଜା ନେଇଥାନ୍ତି। ଭାରତର ଲେହ- ଲଦାଖର ସମସ୍ତ ଦର୍ଶନୀୟ ସ୍ଥାନ ସହ ଏହି ମ୍ୟାଗନେଟିକ୍ ହିଲକୁ ମଧ୍ୟ ଦେଖିବା ପାଇଁ ଦୂର ଦୂରାନ୍ତରୁ ଅନେକ ପର୍ଯ୍ୟଟକ ଅାସିଥାନ୍ତି। କେବଳ ଭାରତ କାହିଁକି ଏମିତି
ଚୁମ୍ବକୀୟ ଉପତ୍ୟକା ଅାମେ ବିଦେଶରେ ମଧ୍ୟ ଦେଖିବାକୁ ପାଇଥାଉ। କନାଡ଼ା, ବ୍ରାଜିଲ୍‌,  ଓ ଚାଇନା ଭଳି ଦେଶରେ ମଧ୍ୟ ଲୋକମାନେ ଏହି ମ୍ୟାଗେ୍ନଟିକ ହିଲର ଅନୂଭୂତି କରନ୍ତି । ହେଲେ ପ୍ରତିଥର ଭଳି ପ୍ରକୃତିର ରହସ୍ୟମୟ ରୂପ ଏବେବି ମଣିଷ ମନରେ କିନ୍ତୁ ଅନେକ ପ୍ରଶ୍ନବାଚୀ ତିଅାରିକରିଛି ।

Leave A Reply

Your email address will not be published.