Latest Odisha News

BREAKING NEWS

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହେଉଛି ଓଡ଼ିଶାର ହକ୍: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀକୁ ପୁନର୍ବାର ଦୋହରାଇଛନ୍ତି ।

ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ‘ଜନ ସମ୍ପର୍କ ଯାତ୍ରା’ର ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି, ପୂର୍ବରୁ ବିଜେପି ଆଞ୍ଚଳିକ ଦଳ ବିଜେଡ଼ି ସହିତ ମେଣ୍ଟ କରି ସରକାରରେ ଥିବା ସମୟରେ କେନ୍ଦ୍ରରେ ଶାସନ କ୍ଷମତାକୁ ଆସିଲେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଭାବେ ମାନ୍ୟତା ଦେବ ।

ବିଜେଡି ସହିତ ମେଣ୍ଟ ଭାଙ୍ଗିଯିବା ପରେ କେନ୍ଦ୍ରରେ ଶାସନାଧିନ ବିଜେପି ସରକାର ଆମର ଦାବୀ ପ୍ରତି କର୍ଣ୍ଣପାତ କରୁନାହିଁ ।

“ଆସନ୍ତା ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ,” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତିର ଜବାବରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, ଏଥିରେ ସତ୍ୟତା ଥାଇପାରେ, କିନ୍ତୁ ଓଡ଼ିଶାର ବିକାଶ ଲାଗି କେନ୍ଦ୍ରରୁ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନକୁ ଠିକ୍ ରୂପେ ବିନିଯୋଗ କରିପାରିନାହାନ୍ତି ରାଜ୍ୟ ସରକାର ।

ଏସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଉଭୟ ବିଜେଡ଼ି ଓ ବିଜେପି ନିର୍ବାଚନ ଇସ୍ତାହାରରେ ଏବଂ ରାଜ୍ୟ ବିଧାନସଭାରେ ଆଶ୍ୱାସନା ଦେଇ ମଧ୍ୟ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିପାରିନାହାନ୍ତି । “ଯଦିଓ ଏହି ପ୍ରସଙ୍ଗକୁ ମୁଁ ରାଜ୍ୟ ବିଧାନସଭାରେ ଅନେକଥର ଲାଗି ଉପସ୍ଥାପନା କରିଥିଲେ ମଧ୍ୟ ଏହି ସେମାନେ ଏସମ୍ପର୍କରେ କୌଣସି ଉତ୍ତର ମଧ୍ୟ ଦେଇନାହାନ୍ତି,”ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.