Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ: ୨ଟି ଯାତ୍ରୀବାହୀ ବସରେ ନିଆଁ ଲାଗିଲା

ଭୁବନେଶ୍ୱର: ଦମକଳ ବାହିନୀର କମଚାରୀଙ୍କ ସମୋୟଚିତ ପଦକ୍ଷେପ ଯୋଗୁଁ ଶନିବାର ଦିନ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଆଶଙ୍କାକୁ ରୋକି ପାରିଛନ୍ତି । ରାଜଧାନୀରେ ଏକ ପେଟ୍ରୋଲ ପମ୍ପ ନିକଟରେ ରହିଥିବା ୨ଟି ବସରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ତେବେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଅଗ୍ନିକାଣ୍ଡକୁ ଆୟ କରିବାରେ ସକ୍ଷମ ହୋଇଥିଲେ ।

ମିଳିଥିବା ସୂଚନାନୁଯାୟୀ, ଖଣ୍ଡଗିରି ଛକ ନିକଟ ଏକ ପେଟ୍ରୋଲ ପମ୍ପ ନିକଟରେ ୨ଟି ପଡ଼ିରହିଥିବା ବସରେ ହଠାତ୍ ନିଆଁ ଲାଗି ବସ ଦୁଇଟି ଜଳିବାରେ ଲାଗିଥିଲା । ପେଟ୍ରୋଲ ପମ୍ପର କର୍ମଚାରୀମାନେ ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଫୋନ କରି ଜଣାଇବାରୁ ଅଗ୍ନିଶମ ବିଭାଗ ବିଭାଗ ଆସି ନିଆଁକୁ ଅଧଘଣ୍ଟା ମଧ୍ୟରେ ଆୟତ୍ତ କରିଥିଲେ । ନିକଟରେ ଏକ ପେଟ୍ରୋଲ ପମ୍ପ ରହିଥିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ଦମକଳ ବାହିନୀ କର୍ମଚାରୀ ଅଟକାଇ ଦେଇପାରିଛନ୍ତି ।

ଏହି ଘଟଣାଟି ସକାଳ ୬ଟା ସମୟରେ ଘଟିଥିବାର ସୂଚନା ମିଳିଛି ।

କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.