Latest Odisha News

BREAKING NEWS

ଆଜି ରାଉରକେଲାରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜିଠୁ ରାଉରକେଲାରେ ଆରମ୍ଭ ହେବ ପ୍ଲାଜମା ଥେରାପୀ ଚିକିତ୍ସା ସେଣ୍ଟର । ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ ।

ଆଇଜିଏଚରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ । ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ନେଇ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।

ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପୀରୁ ସଫଳତା ମିଳୁଛି । ବର୍ତ୍ତମାନ ରାଜ୍ୟରେ କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର‌୍ୟ୍ୟକ୍ଷମ ହୋଇଛି ପ୍ଲାଜମା ବ୍ୟାଙ୍କ । ଆଜି ରାଉରକେଲା ଏବଂ ଆଗାମୀ ଦିନରେ ବୁର୍ଲା ଭୀମସାର ଓ ବ୍ରହ୍ମପୁର ଏମକେସିଜିରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବ ।

Leave A Reply

Your email address will not be published.