Latest Odisha News

BREAKING NEWS

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଗୁରୁତର

କେନ୍ଦ୍ରାପଡ଼ା: ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପୋଡ଼ି ହୋଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଭିତରେ ଅଛି ଗୋଟିଏ ୨୦ ଦିନର ଶିଶୁ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରୁ । ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିଲା ।

ଅଭିଯୋଗ ହୋଇଛି, ଗିରଙ୍ଗ ଗାଁରେ ପୋଡ଼ି ହୋଇ ଗୁରୁତର ଥିବା ପରିବାରର ସଦସ୍ୟମାନେ ଗତକାଲି ରାତିରେ ଖାଇ ସାରି ଘର ଭିତରେ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘର ଦ୍ୱାରରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ ।

ପରିବାର ଲୋକଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ନିଆଁ ଲିଭାଇବା ସହ ପାଞ୍ଚ ଜଣଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ କିଏ ଓ କେଉଁ କାରଣରୁ ଏଭଳି ନୃଶଂସ କାଣ୍ଡ କଲା ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.