Latest Odisha News

BREAKING NEWS

କାଲିଠୁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟଡାଉନ୍ ରହିବ ଭଦ୍ରକ ଜିଲ୍ଲା

ଭଦ୍ରକ: ୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ସଟ୍‌ଡାଉନ୍ ଘୋଷଣା । ଅଗଷ୍ଟ ୧(ଶନିବାର) ଓ ଅଗଷ୍ଟ ୨ (ରବିବାର) ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ୍ କରିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ଅଗଷ୍ଟ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ କଟକଣା ଲାଗିବ ।

ସଟଡାଉନ୍ ବେଳେ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି । ଜାରି ରହିବ ସ୍ୱାସ୍ଥ୍ୟ ସେବା । ଜରୁରିକାଳୀନ ସେବାରେ ନିୟୋଜିତ କର୍ମଚାରୀ ଯାଆସ କରିପାରିବେ ।

ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ । ଖୋଲିବନି ଦୋକାନ ବଜାର । ପେଟ୍ରୋଲ ପମ୍ପ ଖୋଲା ରହିବ । ଜାରି ରହିବ ମାଲ ପରିବହନ ଓ କୃଷି କାର୍ଯ୍ୟ। ଯେଉଁମାନେ ଜରୁରିକାଳୀନ ସେବାରେ ବାହାରକୁ ବାହାରିବେ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି ।

ଜିଲ୍ଲାରେ କରୋନା କେସ୍ ବଢୁଥିବାରୁ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ଭଦ୍ରକ ଜିଲ୍ଲାରେ ବର୍ତ୍ତମାନ ୬୦୫ ଭୂତାଣୁ ସଂକ୍ରମିତ ଅଛନ୍ତି । ୪୭୪ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୧୨୫ । ଦୁଇ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.