Latest Odisha News

ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଚିଠିରେ ପିସିସି ସଭାପତି ଦର୍ଶାଇଛନ୍ତି ଯେ, ରାଜ୍ୟରେ ତୁରନ୍ତ କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆନଗଲେ ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । କଂଗ୍ରେସ ଆଶା କରୁଛି ଯେ, ସରକାର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଏବଂ ଦୁର୍ବିପାକ ସହ ଲଢିବାର ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଚର୍ଚ୍ଚା କରି ଏହି ଅଭିଯାନକୁ ସଫଳ କରିବେ ।

ଆଗାମୀ ଦିନରେ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି ପିସିସି ସଭାପତି । ସେ କହିଛନ୍ତି, ରାଜ୍ୟରେ ପ୍ରତିଦିନ ଅନ୍ୟୁନ ୨୫ ହଜାର ଟେଷ୍ଟ କରାଯାଉ । ସଂଗରୋଧ କେନ୍ଦ୍ର ଓ କୋଭିଡ୍ ହସପିଟାଲରୁ ଛାଡିବା ପୂର୍ବରୁ ଟେଷ୍ଟ ବାଧ୍ୟତାମୂଳକ କରାଯାଉ । ପ୍ରତି ଘର ସର୍ବେକ୍ଷଣ କରାଯାଇ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉ । କଂଟାକ୍ଟ ଟ୍ରେସିଂ ଗୁରୁତ୍ୱର ସହ କରାଯାଇ ଟେଷ୍ଟିଂ କରାଯାଉ । କୋଭିଡ୍ ହସପିଟାଲ ସଂଖ୍ୟା ବଢାଯାଉ । କରୋନା ଯୋଦ୍ଧାଙ୍କ ପାଇଁ ସୁରକ୍ଷା କିଟ୍ ବାଧ୍ୟତାମୂଳକ କରାଯାଉ ।

Leave A Reply

Your email address will not be published.