ଭୁବନେଶ୍ୱର: ଅଗଷ୍ଟ ୩ ତାରିଖରେ ରାକ୍ଷୀ ପୂର୍ଣ୍ଣିମା । ସଂସ୍କୃତି ଓ ପରମ୍ପରାର ଏହି ପର୍ବ କିନ୍ତୁ ଏଥର କରୋନା ମହାମାରୀ ପାଇଁ ଫିକା ପଡିଯାଇଛି। ବଜାରରେ ମଧ୍ୟ ଏଥର ଭଳିକି ଭଳି ରାକ୍ଷୀର ଆସର ଜମିନାହିଁ । ତେବେ ମନ ମୋହୁଛି ମିଶନ ଶକ୍ତିର ଦେଶୀ ରାକ୍ଷୀ । ସବାଇ ଘାସ, ଧାନ, ଚାଉଳ, ମୁଗ, ବିରିରେ ତିଆରି ହୋଇଛି ସୁନ୍ଦର ସୁନ୍ଦର ରାକ୍ଷୀ ।
ରାଜଧାନୀର ପ୍ରଦର୍ଶନୀ ପଡିଆରେ ପଡିଥିବା ରାଖୀ ଷ୍ଟଲରେ ଦେଶୀ ରାକ୍ଷୀ ନେବାକୁ ଗ୍ରାହକଙ୍କ ଭିଡ ଜମୁଛି । ଏଥର ଭଳିକି ଭଳି ଡିଜାଇନର ରାଖୀ ବଦଳରେ ଘାସ ଓ ଧାନର ରାକ୍ଷୀ ନେଉଛନ୍ତି ଗ୍ରାହକ । ମୟୂରଭଂଜ, ସୋନପୁର ଭଳି ଜିଲ୍ଲାରୁ ପ୍ରସ୍ତୁତ ଏହି ରାକ୍ଷୀର ଦାମ ରହିଛି ୧୦ରୁ ୩୦ ଟଙ୍କା ମଧ୍ୟରେ । ସବାଇ ଘାସରେ ଆକର୍ଷଣୀୟ ଭାବେ ରାକ୍ଷୀକୁ ପ୍ରସ୍ତୁତ କରାଯାଇଛି । ତାଉପରେ ଧାନ, ମୁଗ ଓ ବିରିକୁ ସୁନ୍ଦର ଭାବେ ଯୋଡା ଯାଇଛି । ମିଶନ ଶକ୍ତିର ମହିଳାମାନେ ରାକ୍ଷୀକୁ ବିଭିନ୍ନ ଜିଲ୍ଲାରୁ ଆଣି ଏଠାରେ ବିକ୍ରି କରୁଛନ୍ତି ।
Comments are closed.