ଶ୍ରୀନଗର: ବଢ଼ିଲା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତୀଙ୍କ ଅଟକ ଅବଧି । ତାଙ୍କ ଗୃହବନ୍ଦୀ ଅବଧିକୁ ଆହୁରି ୩ ମାସ ବଢ଼ାଇ ଦିଆଯାଇଛି । ଅର୍ଥାତ ସେ ନଭେମ୍ବର ୫ ଯାଏଁ ଅଟକ ରହିବେ ।
ସୂଚନା ଯୋଗ୍ୟ ଯେ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିବା ସାହ କାଶ୍ମୀର ଉପତ୍ୟକାରୁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ମୁଫତିଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ କରାଯାଇଥିଲା । ସେବେଠାରୁ ସେ ଅଟକ ରହିଛନ୍ତି । ତାଙ୍କୁ ପବ୍ଳିକ ସେଫ୍ଟି ଆକ୍ଟ ବଳରେ ଅଟକ ରଖାଯାଇଛି ।
ଆସନ୍ତା ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦକୁ ବର୍ଷେ ପୂରିବ । ଏହାପୂର୍ବରୁ ମେହେବୁବା ମୁଫତି ଗୃହବନ୍ଦୀରୁ ମୁକ୍ତି ପାଇବେ ବୋଲି କୁହାଯାଉଥିଲା । ହେଲେ ସରକାର କିନ୍ତୁ ତାଙ୍କ ଗୃହବନ୍ଦୀ ଅବଧିକୁ ଆଜି ପୁଣି ୩ ମାସ ବଢ଼ାଇ ଦେଇଛନ୍ତି । ପୂର୍ବରୁ ମେ’ ମାସରେ ମଧ୍ୟ ତାଙ୍କ ଅଟକ ଅବଧିକୁ ବୃଦ୍ଧି କରାଯାଇଥିଲା । ଏବେ ସେ ତାଙ୍କ ଅଫିସିଆଲ ବାସଭବନରେ ଗୃହବନ୍ଦୀ ହୋଇ ଅଛନ୍ତି ।
Comments are closed.