ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଗତ ତିନି ଦିନ ହେଲା ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ଟିମ୍ ଆଦିତ୍ୟ କରିଥିବା ଆଶ୍ରମରେ ପହଞ୍ଚି ଅନ୍ତେବାସୀମାନଙ୍କୁ ସାଢେ ତିନି ଘଣ୍ଟା ପଚରାଉଚୁରା କରିଛି । ଏହା ପରେ ଟିମ୍ ଆଦିତ୍ୟଙ୍କ ଘରକୁ ଯାଇଛି । ସେଠାରେ ପରିବାର ସଦସ୍ୟଙ୍କୁ ପଚରାଉଚୁରା କରୁଛି ।
ଗତକାଲି ମଧ୍ୟ ଟିମ୍ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା ମାଆଙ୍କୁ ପ୍ରାୟ ସାଢେ ଚାରି ଘଣ୍ଟା ପଚରାଉଚୁରା କରିଥିଲା । ଗୁରୁବାର ମଧ୍ୟ ଆଦିତ୍ୟଙ୍କ ସହଯୋଗୀ ପପୁ , ବିକାଶଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚରା ହୋଇଥିଲା । ଏଥି ସହ ମୃତ ଦେହ ମିଳିଥିବା ସ୍ଥାନ ଲିଙ୍ଗରାଜ ଷ୍ଟେସନରେ ବି ଛାନଭିନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ ନିକଟରୁ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ମିଳିଥିଲା । କିନ୍ତୁ ତାହା ହତ୍ୟା କି ଆତ୍ମହତ୍ୟା ତାହା ଆଜି ଯାଏଁ ସ୍ପଷ୍ଟ ହୋଇପାରିନାହିଁ । ତେଣୁ ଏହାର ତଦନ୍ତ ଦାୟିତ୍ୱକୁ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ପୋଲିସ ଡିଜି ।
BREAKING NEWS
- ରାଜ୍ୟର ଏହି ଦୁଇଟି ହସ୍ପିଟାଲରେ ମିଳୁନି ଏପିଲେପ୍ସି ସର୍ଜରି ଚିକିତ୍ସା; ବାହାର ରାଜ୍ୟକୁ ଯାଉଛନ୍ତି ଶିଶୁ ରୋଗୀ
- ୮୨ ବର୍ଷ ପରେ ଅକ୍ଷୟ ତୃତୀୟାରେ ଦୁର୍ଲଭ ସଂଯୋଗ; ଏହି ରାଶିଙ୍କ ଦୂର ହେବ ଚିନ୍ତା
- ଶ୍ରୀ ଭାଗବତ ସାର ୧୨: ଶ୍ରୀକୃଷ୍ଣ ଭକ୍ତିରେ ପରିପୂର୍ଣ୍ଣ ଶ୍ରୀମଦ ଭାଗବତ ଗ୍ରନ୍ଥ ହିଁ ଆମର ଆଧାର ଗ୍ରନ୍ଥ
- ବିଶ୍ୱରେ ପ୍ରଥମ: ମାରାଥନରେ ମଣିଷ ସହିତ ଦୌଡୁଛି ରୋବୋଟ୍ , ଜାଣନ୍ତୁ କିଏ ଜିତିଲା ରେସ୍
- ଚାଲାଣ ପୂର୍ବରୁ ମାଡି ବସିଲା ପୋଲିସ; କୋଟିଏ ଟଙ୍କାର ଗଞ୍ଜେଇ ଜବତ
- ଓଆଇଏସଏଫର ଆଉ ଏକ ବାଟାଲିୟନ ଗଠନକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦୪୦ ନୂଆ ପଦବୀ
- ଜବରଦଖଲ ଉଚ୍ଛେଦ ବେଳେ ପୋଲିସ- ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ଜଣେ ମୃତ, ୬ ଆହତ
- ରାତି ପାହିଲେ କଳିଙ୍ଗ ସୁପର କପ୍ ; ଟୁର୍ଣ୍ଣାମେଣ୍ଟରୁ ଓହରିଲା ଚର୍ଚ୍ଚିଲ ବ୍ରଦର୍ସ
- ଆଇପିଏଲରେ ଇତିହାସ ରଚିଲେ ବୈଭବ
- ଚାଞ୍ଚଲ୍ୟ ଘଟଣା! ୬ ମାସର ଗର୍ଭବତୀ ହେଲେ ୬ଷ୍ଠ ଶ୍ରେଣୀ ଛାତ୍ରୀ
Comments are closed.