ଭୁବନେଶ୍ୱର : ‘୩୫ ବର୍ଷରେ ପ୍ରଥମ ଥର ବନ୍ଦାଣ ଥାଳି ସଜ ହୋଇଛି । ଦୀପ ଲାଗିଛି, ସିନ୍ଦୂର, ମିଠା, ରାକ୍ଷୀ ସବୁ ଅଛି । କିନ୍ତୁ ତୋର ସେ ହସ ହସ ମୁହଁଟି ନାହିଁ । ଟିକା ଲଗାଇବା ପାଇଁ ସେ ମଥା ନାହିଁ, ରାକ୍ଷୀ ବାନ୍ଧିବା ପାଇଁ ସେ ହାତ ନାହିଁ କି ମିଠା ଖୁଆଇବା ପାଇଁ ସେ ପାଟି ନାହିଁ । ମୋ ଭାଇ ମୋ ପାଖରେ ନାହିଁ । ’
ଏଇ ଦରଦୀ ଭରା ଲେଖା ଲେଖିଛନ୍ତି ଗୁଲସାନ ବା ସୁଶାନ୍ତ ସିଂ ରାଜପୁତଙ୍କ ବଡ ଭଉଣୀ ରାନୀ ଦି(ନିତୁ ସିଂ) । ଗତ ଜୁନ ୧୪ ତାରିଖରେ ସୁଶାନ୍ତ କରିଥିବା ଆତ୍ମହତ୍ୟାକୁ ନିତୁ କଣ ତାଙ୍କ ପରିବାର ସହଜରେ ଗ୍ରହଣ କରିପାରୁନାହାନ୍ତି ।
ସେ ଆହୁରି ଲେଖିଛନ୍ତି, ‘ଯେତେବେଳେ ତୁ ଜନ୍ମ ହେଲୁ ସେତେବେଳେ ମୋ ଜୀବନରେ ଖୁସି ଭରି ଯାଇଥିଲା । ତୁ ଯେତେବେଳେ ମୋ ପାଖରେ ଥିଲୁ ଚାରିଆଡ ଖୁସିର ଭରି ଯାଉଥିଲା । କିନ୍ତୁ ଆଜି ତୁ ନାହୁଁ ଜାଣିପାରୁନି କଣ ହେବ । ତତେ ଛାଡି ମୁଁ କେମିତି ବଞ୍ଚିବି । ମୁଁ କେବେ ଭାବି ବି ନ ଥିଲି ଦିନେ ଏମିତି ହେବ ବୋଲି । ଏମିତି ବି ଦିନ ଆସିବ ଯେତେବେଳେ ତୁ ଆମ ପାଖରେ ନ ଥିବୁ ।’
କେବଳ ନିତୁ ନୁହଁ ସୁଶାନ୍ତଙ୍କ ସାନ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ମଧ୍ୟ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ଯେଯଉଁଥିରେ ସେ ଲେଖିଛନ୍ତି, ମୋ ସାନ ଭାଇକୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା । ତତେ ମୁଁ ବହୁତ ଭଲ ପାଉଛି । ଆଉ ସବୁ ବେଳ ଏମିତି ଭଲ ପାଉଥିବି । ତୁ ଆମ ପାଇଁ ଗର୍ବ ଥିଲୁ, ଗର୍ବ ଅଛୁ ଓ ସବୁ ବେଳେ ଗର୍ବ ହୋଇ ରହିବୁ ।’
ଏଥି ସହ ଶ୍ୱେତା ତାଙ୍କ ପିଲା ବେଳର ଏକ ଫଟୋ ସେୟାର କରିଛନ୍ତି ।
Happy Rakshabandhan mera sweet sa baby… bahut pyaar karte hain hum aapko jaan… aur hamesha karte rahenge… you were, you are and you will always be our PRIDE! ❤️ @sushantsinghrajput #HappyRakshaBandhan pic.twitter.com/SKWU4MlLd9
— shweta singh kirti (@shwetasinghkirt) August 3, 2020
BREAKING NEWS
- ୧୦ରେ ଭୁବନେଶ୍ବରରେ ମୋଦୀଙ୍କ ରୋଡ ଶୋ
- ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
- ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା, ବଞ୍ଚାଇଲା ୨୦ ପାକିସ୍ତାନୀଙ୍କ ଜୀବନ
- ପ୍ରାର୍ଥୀ ବଦଳ ଜାଣିପାରି ଫେରାଇଦେଲେ ଟିକଟ; ଅଜୟ କୁମାର
- ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ରିପୋର୍ଟ: ୩ ପ୍ରାର୍ଥୀ ଦଶମ ପାସ୍ କରି ନାହାନ୍ତି
- ୧୪ରେ ବାରଣାସୀରୁ ନାମାଙ୍କନ ଭରିବେ ମୋଦୀ
- କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲଟେଜ୍ ପ୍ରଚାର, କହିଲେ ମିଛ କହୁଛନ୍ତି ବିରୋଧି
- ଆଉ କିଛି ଚାଲ ବାକି ଅଛି କହିଲେ ଜୟରାମ
- ଜଙ୍ଗଲ ନିଆଁରେ ଓଡିଶା ଆଗୁଆ; ରିପୋର୍ଟ
- ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ