Latest Odisha News

BREAKING NEWS

ଯୁବକଙ୍କୁ ଲଣ୍ଡା କରି ଜୋତାମାଳ ପିନ୍ଧାଇବା ଓ ମୁହଁରେ ପରିଶ୍ରା କରିବା ଘଟଣାର ତଦନ୍ତ ନିର୍ଦ୍ଦେଶ

ତିହିଡି (ଭଦ୍ରକ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲା ତିହିଡି ଥାନା ବାଉଁଶବାଗ ଗାଁରେ ଘଟିଛି ଅମାନବୀୟ କାଣ୍ଡ । ଜଣେ ଯୁବକଙ୍କୁ କିଛି ଲୋକ ଲଣ୍ଡା କରିବା ପରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲେ । ପରେ ପିଇବା ପାଇଁ ପାଣି ମାଗିବାରୁ ମୁହଁରେ ପରିଶ୍ରା ଢାଳିଥିବା ଅଭିଯୋଗ ହୋଇଛି ।

ଗତକାଲି ବାଉଁଶବାଗ ଗାଁରେ ଏହି ଅଭାବନୟୀ ଓ ଅମାନୁଷିକ ଘଟଣା ଘଟିଥିଲା । ନିର‌୍ୟାତନାର ଶିକାର ହୋଇଥିବା ଯୁବକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ । ତହସିଲଦାର୍ ରମେଶ ପଣ୍ଡା ଓ ତିହିଡ଼ି ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂହ ମିଳିତ ଭାବେ ତଦନ୍ତ କରିବେ ।

ଏହି ଘଟଣାରେ ୧୭ ଜଣଙ୍କ ନାଁରେ ରୁଦୁ ହୋଇଛି ମାମଲା । ଅଭିଯୋଗ ହୋଇଛି, କିଛି ଲୋକ ଯୁବକଙ୍କୁ ଘର ଭିତରୁ ଘୋସାଡ଼ି ଆଣିଥିଲେ । ଆକ୍ରମଣ କରିବା ସହ ତାଙ୍କ ଉପରେ ଅକଥନୀୟ ନିର‌୍ୟାତନା ଦେଇଥିଲେ । ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ କାରଣକୁ କେନ୍ଦ୍ର କରି ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.