Latest Odisha News

ଝୁଲଣ ମହୋତ୍ସବ ଉଦଯାପିତ: ମାତାମଠ ଆଶ୍ରମରେ ଭକ୍ତିମୟ ପରିବେଶ, ମଳୟଙ୍କ ସଙ୍ଗୀତ ମନ ମୋହିଲା

ପୁରୀ: ପୁରୀ ଶ୍ୟାମକୁଞ୍ଜ ଗଳିରେ ଥିବା ଗୌରବିହାର (ମାତା ମଠ) ଆଶ୍ରମରେ ଝୁଲଣ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମଠର ଭକ୍ତିମୟ ପରିବେଶ ଏବଂ ପଣ୍ଡିତ ମଳୟ ମିଶ୍ରଙ୍କ ସଙ୍ଗୀତ (ପାରମ୍ପାରିକ) ମନ ମୋହିଥିଲା । ସେ ଓଡିଶୀ, ଛାନ୍ଦ, ଚମ୍ପୁ ଏବଂ କୀର୍ତନ ପରିବେଷଣ କରିଥିଲେ । ଭଗବାନଙ୍କୁ ସୁସଜ୍ଜିତ ଝୁଲଣ ମଣ୍ଡପରେ ବସାଯାଇ ଷୋଡଶ ଉପଚାରରେ ପୂଜାବିଧି କରାଯାଇଥିଲା ।

ମହନ୍ତ ସୁବଳ ଚରଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଭଗବାନ ବିଶ୍ୱର କଲ୍ୟାଣ କରନ୍ତୁ ଏହି କାମନା କରି ଭକ୍ତମାନେ ନୈବଦ୍ୟ ଅର୍ପଣ କରିଥିଲେ । ଶ୍ରାବଣ ଶୁକ୍ଲ ଦଶମୀଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଗହ୍ମାପୂର୍ଣ୍ଣିମା ଦିନ ଶେଷ ହୋଇଥିଲା ।

Leave A Reply

Your email address will not be published.