Latest Odisha News

BREAKING NEWS

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ; ଟପ୍ ୧୦ରେ ସ୍ଥାନ ପାଇଲେ ଓଡିଶାର ଦୁଇ ଜଣ

ଭୁବନେଶ୍ୱର: ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ୨୦୧୯ର ଫଳାଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ଏହାର ଟପ୍ ୧୦ ତାଲିକାରେ ଓଡିଶାରୁ ଦୁଇ ଜଣ ସ୍ଥାନ ପାଇଛନ୍ତି ।

ସୂଚନାନୁଯାୟୀ, ଅଭିଷେକ ସରାଫ ଓ ସଞ୍ଜିତା ମହାପାତ୍ର ଯଥାକ୍ରମେ ୮ ଓ ୧୦ ର‌୍ୟାଙ୍କରେ ରହିଛନ୍ତି । ଚଳିତ ବର୍ଷ ମୋଟ୍ ୮୨୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ ପ୍ରଦୀପ ସିଂହ ଟପ୍ପର ହୋଇଥିବା ବେଳେ ୨ୟ ଓ ୩ୟ ସ୍ଥାନ ହାସଲ କରିଛନ୍ତି ଜତିନ କିଶୋର ଓ ପ୍ରତିଭା ବର୍ମା ।

ତେବେ ପ୍ରାର୍ଥୀ ମାନେ ୟୁପିଏସସି ପ୍ରୋଭିଜନାଲ୍ ଆପଣ୍ଟମେଣ୍ଟ ଲିଷ୍ଟକୁ upsc.gov.in ରେ ଡାଉନଲୋଡ କରିପାରିବେ । ୟୁନିୟନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି) ପକ୍ଷରୁ ପ୍ରତିବର୍ଷ ଇଣ୍ଡିଆନ୍ ଫରେନ୍ ସର୍ଭିସ୍‌, ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୋଲିସ ସେବା ଓ ଅନ୍ୟ କେନ୍ଦ୍ରୀୟ ସେବା ଲାଗି ପ୍ରାର୍ଥୀ ଚୟନ କରାଯାଇଥାଏ ।

Leave A Reply

Your email address will not be published.