Latest Odisha News

ପୋଲିସ ସେବା ଭବନରେ ଆରମ୍ଭ ହେଲା ସିରୋସର୍ଭେ

ଭୁବନେଶ୍ବର: ଜନସାଧାରଣଙ୍କ ସମେତ ଏହି ମହାମାରୀରୁ ମଧ୍ୟ ବର୍ତ୍ତି ପାରୁ ନାହାନ୍ତି କରୋନା ଯୋଦ୍ଧା । କରୋନା ତାଲିକାରେ ଯୋଡି ହୋଇ ଚାଲୁଛି ସ୍ୱାସ୍ଥ୍ୟ କର୍ମୀଙ୍କ ସହ ସୁରକ୍ଷାକର୍ମୀଙ୍କ ସଂଖ୍ୟା । କମିସନରେଟ୍‌ ପୋଲିସରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

ପ୍ରତ୍ୟେକ ଦିନ ପ୍ରାୟ ପୋଲିସ କର୍ମୀ ସଂକ୍ରମିତ ହେଉଥିବା ଖବର ଆସୁଥୁବା ବେଳେ ଏହାକୁ ଦୃଷ୍ଟିରେ ରଖି ଆର୍‌ଏମ୍ଆର୍‌ସି ପକ୍ଷରୁ ପୋଲିସ ସେବା ଭବନରେ ସିରୋସର୍ଭେ କରାଯାଇଛି। ଏହାଦ୍ୱାରା ଯଦି କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବେ, ତାହା ଏହା ପରୀକ୍ଷାରୁ ଜଣାପଡ଼ିଯିବ। ଯାହାଦ୍ୱାରା ତାଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇ ଦିଆଯିବା ସହ ଅନ୍ୟ କର୍ମଚାରୀମାନଙ୍କୁ ଏଥିରୁ ସୁରକ୍ଷା ଦେଇହେବ।

ଏଥିପାଇଁ ପ୍ରଥମେ ପୋଲିସ ସୁଧାଂଶୁ ଷଡ଼ଙ୍ଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯିବା ପରେ ଅନ୍ୟ ସମସ୍ତ କର୍ମଚାରୀଙ୍କ ସଂଗ୍ରହ ହୋଇଛି।

ସୂଚନାଯୋଗ୍ୟ, କ୍ୟାପିଟାଲ ଥାନାର ପ୍ରାୟ ୧୫ଜଣ କର୍ମଚାରୀ ଓ ଜଣେ ଆଇପିଏସ୍‌ ଅଫିସର୍‌ଙ୍କ ପିଏସ୍ଓ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

Comments are closed.