Latest Odisha News

BREAKING NEWS

ଲେବାନନ୍ ବିସ୍ଫୋରଣରେ ୭୦ରୁ ଅଧିକ ମୃତ, ହଜାର ହଜାର ଆହତ

ବେରୁତ: ଲେବାନନ ରାଜଧାନୀ ବେରୁତ ବିସ୍ଫୋରଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା । ପାଖାପାଖି ୪ ହଜାର ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣରେ ବେରୁତର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ତେବେ ବେରୁତ ସ୍ଥିତ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି ।

ବେରୁତ ପୋର୍ଟ ଓ ଅ୍ୟ ଅଞ୍ଚଳରେ ୧୫ ମିନିଟ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଲେବାନନ ପ୍ରଧାନମନ୍ତ୍ରୀ ହସନ୍ ଦିଆବ କହିଛନ୍ତି, ବନ୍ଦର ଅଞ୍ଚଳରେ ୨ ହଜାର ୭୫୦ ଟନର ଆଲୁମିନିୟମ ନାଇଟ୍ରେଟ୍ ବିସ୍ଫୋରଣ ହୋଇଥିଲା।

ଗତକାଲି ବେରୁତରେ ଭୟାବହ ବିସ୍ଫୋରଣ ହୋଇଥିଲା । ଦୁଇ ଦୁଇଟି ବିସ୍ଫୋରଣରେ ଥଖରି ଯାଇଥିଲା ଲେବାନନ୍ ରାଜଧାନୀ । ଧୂଆଁମୟ ହୋଇଯାଇଥିଲା ବେରୁତ ଆକାଶ । ବହୁ କୋଠାର ଝରକା, କାଚ ଆଜି ଭାଙ୍ଗି ଯାଇଥିଲା । ଉଡ଼ି ଯାଇଥିଲା ଗାଡ଼ିମୋଟର ।

Leave A Reply

Your email address will not be published.