Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ମାମଲା:ରିୟା ଚକ୍ରବର୍ତ୍ତୀଙ୍କ ପିଟିସନ୍ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁର ମୃତ୍ୟୁ ମାମଲାରେ ପାଟଣାରୁ ମୁମ୍ୱାଇ ମାମଲା ସ୍ଥାନାନ୍ତରଣ ପାଇଁ ହୋଇଥିବା ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ରିୟା ଚକ୍ରବର୍ତ୍ତୀ ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢିଛି । ତାଙ୍କ ନାଁରେ ବିହାର ପାଟନାରେ ଏତଲା ଦେଇଛନ୍ତି ସୁଶାନ୍ତଙ୍କ ବାପା । ରିୟା ଆତ୍ମହତ୍ୟା ପାଇଁ ସୁଶାନ୍ତଙ୍କୁ ଉସୁକାଇଥିବା ଏତଲାରେ ଦର୍ଶାଇଛନ୍ତି ।

ଏତଲା ପରଠୁ ରିୟାଙ୍କ ପତ୍ତା ନାହିଁ । ପାଟନାରୁ ମାମଲା ମୁମ୍ୱାଇ ସ୍ଥାନାନ୍ତର ପାଇଁ ସେ ସୁପ୍ରିମକୋର୍ଟରେ ପିଟିସନ୍ ଫାଇଲ୍ କରିଥିଲେ । ସେପଟେ ତଦନ୍ତଚକୁ ନେଇ ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି ମହାରାଷ୍ଟ୍ର ଓ ବିହାର ପୋଲିସ । ମୁମ୍ୱାଇ ପୋଲିସ ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି । ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାର ସୁପାରିଶ କରିଛନ୍ତି ।

Leave A Reply

Your email address will not be published.