Latest Odisha News

BREAKING NEWS

[ଭିଡିଓ] ପ୍ରଶ୍ନଘେରରେ ଗଣମାଧ୍ୟମ ପ୍ରତିନିଧିଙ୍କ କର୍ତ୍ତବ୍ୟ !

ଭୁବନେଶ୍ୱର: ଆଜି ବି ବଂଚିଛି ମାନବିକତା । ଏହି ଉକ୍ତିକୁ ଅନେକ ସମ୍ବେଦନଶୀଳ ପରିସ୍ଥିତିରେ ଲୋକେ ମୁହଁରେ ଧରିଥାନ୍ତି । ହେଲେ ସତରେ କ’ଣ ଏବେ ବି ବଂଚିଛି ମଣିଷପଣିଆ ? ଏହି ଭିଡିଓଟିକୁ ଦେଖିଲା ପରେ ଆପଣଙ୍କ ମନରେ ବି ଠିକ୍ ଏହିପରି ପ୍ରଶ୍ନ ଉଙ୍କି ମାରିବ । ଭିଡିଓଟି କେଉଁଠୁ ଆସିଛି ତାହା ଏ ଯାବତ ସ୍ପଷ୍ଟ ହୋଇନି । ହେଲେ ସୋସିଆଲ୍ ମିଡିଆରେ ଭିଡିଓଟି ଖୁବ ଭାଇରାଲ୍ ହୋଇଛି ।

ଜଣେ ଯୁବତୀ ଏକ ଦୁଇଚକିଆ ଯାନରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡି ଛଟପଟ ହେଉଥିଲେ । ରାସ୍ତାରେ ଯାଉଥିବା ଲୋକ ବି ପାଲଟିଥିଲେ ଦେଖଣାହାରି । ତେବେ ଆହତ ଯୁବତୀଙ୍କ ପାଖରେ ପହଂଚିଥିଲେ ଦୁଇଜଣ କର୍ତ୍ତବ୍ୟରତ ସାମ୍ବାଦିକ । ଆଶ୍ଚର୍ଯ୍ୟ ! ଆହତ ଯୁବତୀଙ୍କୁ ସାହାଯ୍ୟ କରିବା ବଦଳରେ ଦୁଇ ଜଣ ସାମ୍ବାଦିକ ଭିଡିଓ ଉତ୍ତୋଳନ କରିବାରେ ବ୍ୟସ୍ତ ଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ସାମ୍ବାଦିକର ପ୍ରଥମ କର୍ତ୍ତବ୍ୟ କ’ଣ ? ପ୍ରଥମେ ଖବର ସଂଗ୍ରହ କରିବା ନା ପ୍ରଥମେ ବିପଦରେ ପଡିଥିବା ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟ କରିବା ? ବୋଧ ହୁଏ ଏହି ଭିଡିଓଟିକୁ ଦେଖିଲାପରେ ଆପଣ ଆମ ପ୍ରଶ୍ନର ଉତ୍ତର ନିଶ୍ଚୟ ପାଇପାରିବେ ।

Leave A Reply

Your email address will not be published.