Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁ ସମ୍ପ୍ରଦାୟ ଶରୀରକୁ ରାମ ମନ୍ଦିର କରି ଦେଇଛନ୍ତି, କାନ୍ଥରେ ବାଡରେ ସବୁଠି ରାମଙ୍କ ନାମ

ରାୟପୁର: ଏବେ ସାରା ଭାରତ ରାମମୟ ହୋଇ ଉଠିଛି । ଏହି ଅବସରରେ ଆସନ୍ତୁ ଜାଣିବା ଛତିଶଗଡର ରାମନାମୀ ସମ୍ପ୍ରଦାୟର ଲୋକଙ୍କ ବିଷୟରେ । ଏମାନେ ମନ୍ଦିରରେ ପୂଜା କରନ୍ତି ନାହିଁ କି ମୂର୍ତି ପୂଜାକୁ ବିଶ୍ୱାସ କରନ୍ତି ନାହିଁ । ସେମାନେ ରାମଙ୍କ ପାଇଁ ଜୀବନ ଉତ୍ସର୍ଗୀକୃତ କରି ଦେଇଛନ୍ତି । ଶରୀରକୁ ରାମ ମନ୍ଦିର କରି ଖୋଦେଇ ଦେଇଛନ୍ତି ରାମ ନାମ । କାନ୍ଥରେ ବାଡରେ ସବୁଠି ରାମ ନାମ । ଏଥିନେଇ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କେତେକ ସ୍କୁଲ, କଲେଜରେ ଆଡମିଶନ ମିଳୁନି । ଏହାକୁ ଦେଖି ଯୁବ ପିଢ଼ୀ ମନର ଶ୍ରଦ୍ଧା ଥିଲେ ପାରମ୍ପାରିକ ରୀତି ନୀତିରୁ ଦୂରେଇବାକୁ ବାଧ୍ୟ ହେଉଛନ୍ତି ।

ଅଯୋଧ୍ୟାରେ ୨୨ ବର୍ଷ ବୟସରେ ମେହତର ଲାଲ ଟଣ୍ଡନ ଶରୀରରେ ରାମ ମନ୍ଦିର ଖୋଦେଇ କରିଥିଲେ । ଗାଁକୁ ଆସିବା ପରେ ସମଗ୍ର ଶରୀରରେ ରାମ ନାମ ଲେଖିଦେଲେ । ଏବେ ତାଙ୍କୁ ୭୬ ବର୍ଷ । ରାମଙ୍କ ପ୍ରତି ଅହେତୁକ ଭକ୍ତି ନେଇ ସେ କୁହନ୍ତି । ଅନେକ ଆଲୌକିକ ଘଟଣା ଆମ କ୍ଷେତ୍ରରେ ଘଟିଛି । ଏହା ବ୍ୟତୀତ ସେ ସମୟରେ ବ୍ରାହ୍ମଣମାନେ ଆମକୁ ମନ୍ଦିରକୁ ଯିବାକୁ ଦେଉ ନ ଥିବାରୁ ଆମେ ଶରୀରକୁ ମନ୍ଦିର ଭାବି ପୂଜାର୍ଚ୍ଚନା କରୁ । ୧୮୯୦ ପାଖାପାଖି ଏହି ସମ୍ପ୍ରଦାୟ ଲୋକ ଲୋଚନକୁ ଆସିଥିଲା । ଆମକୁ ଅଯୋଧ୍ୟା ନେବା ପାଇଁ ଜଣେ ନେତା କହିଥିଲେ । ମାତ୍ର ପରେ ଆଉ ଆସି ନ ଥିଲେ । ଆମେ ରାମ କହୁଛୁ, ରାମ ଲେଖୁଛି ଓ ରାମ ଭାବୁଛୁ ମଧ୍ୟ । ରାମ ମନ୍ଦିର ହେବା ପରେ ଏହା ସହିତ ଜଡିତ ବ୍ୟକ୍ତିମାନେ ଲାଭବାନ ହେବେ । ଆମକୁ ସୁଯୋଗ ମିଳିବ କି ନାହିଁ ଜଣା ନାହିଁ ।

Leave A Reply

Your email address will not be published.