Latest Odisha News

BREAKING NEWS

ଆସିଲା କରୋନା ଔଷଧ ଫାଭିପିରାଭିର, ଜାଣନ୍ତୁ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ: ଲଂଚ ହୋଇଛି ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଔଷଧ । ଦୁଇଟି ଭାରତୀୟ ଔଷଧ କମ୍ପାନି ଲୁପିନ ଓ ସନ ଫାର୍ମାସୁଟିକାଲ୍ସ ଭାରତରେ କରୋନା ଔଷଧ ଫାବିପିରାଭିର ଲଞ୍ଚ୍ କରିଛନ୍ତି । ଏହି ଔଷଧ ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିହେବ ।

ଲୁପିନ ପକ୍ଷରୁ ଏହି ଔଷଧକୁ କୋଭିହଲ୍ଟ ବ୍ରାଣ୍ଡ ନାମରେ ବଜାରକୁ ଛଡ଼ାଯାଇଥିବାବେଳେ ତାହାର ମୂଲ୍ୟ ଟାବଲେଟ ପିଛା ୪୯ ଟଙ୍କା ରଖାଯାଇଛି। ଜରୁରିକାଳୀନ ସ୍ଥିତିରେ ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଫାବିପିରାଭିର ବ୍ୟବହାରକୁ ଡିଜିସିଏ ଅନୁମତି ଦେଇଛନ୍ତି ।

କୋଭିଡ ହଲ୍ଟର ପ୍ରତି ଟ୍ୟାବଲେଟ ହେଉଛି ୨୦୦ ଏମ୍‌ଜି । ଗୋଟିଏ ଷ୍ଟ୍ରିପରେ ୧୦ଟି ଟ୍ୟାବଲେଟ ରହୁଛି । ଗୋଟିଏ ଷ୍ଟ୍ରିପର ମୂଲ୍ୟ ୪୯୦ ଟଙ୍କା ରଖାଯାଇଛି ।

ଏହାପୂର୍ବରୁ ଅଗଷ୍ଟ ୪ରେ ସପ୍ ଫାର୍ମାସିଟିକାଲ ଇଣ୍ଡଷ୍ଟ୍ରି ଫାଭିପିରାଭିରକୁ ଫ୍ଲଗାର୍ଡ ନାଁରେ ବଜାରକୁ ଛାଡିଥିଲା । ଏହାର ପ୍ରତି ଟ୍ୟାବଲେଟର ମୂଲ୍ୟ ୩୫ ଟଙ୍କା ଥିଲା । ଚଳିତ ସପ୍ତାହରୁ ଏହି ଦୁଇଟି ଔଷଧ ଭାରତୀୟ ବଜାରରେ ଉପଲବ୍ଧ ହେବ ।

Leave A Reply

Your email address will not be published.