Latest Odisha News

BREAKING NEWS

ଭୀମସାରର ପୁଣି ୩ ଡାକ୍ତରଙ୍କୁ କରୋନା

ବୁର୍ଲା: କରୋନା କବଳରେ କୋଭିଡ ଯୋଦ୍ଧା । ବୁର୍ଲା ଭୀମସାରରେ ପୁଣି ୩ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ୩ ଜଣ ଡାକ୍ତର ମେଡିସିନ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଛି । ଭୀମସାର ଅଧକ୍ଷକ ଏହି ସୂଚନା ଦେଇଛନ୍ତି।

ପୂର୍ବରୁ ୯ ଜଣ ଡାକ୍ତର ମେଡିସିନ ବିଭାଗର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି ୩ ଜଣଙ୍କୁ ମିଶାଇ ୧୨ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ। ତେବେ ମେଡିସିନ ବିଭାଗର ୩୮ ଜଣ ଡାକ୍ତର କ୍ବାରେଣ୍ଟାଇନ୍‌ ଥିବା ବେଳେ ଭୀମସାରରେ ମୋଟ ୭୦ ଜଣ ଡାକ୍ତର କ୍ବାରେଣ୍ଟାଇନ୍ ଯାଇଛନ୍ତି। ଏହା ସହ ମେଡିସିନ ବିଭାଗକୁ ଆଜିଠାରୁ ୧୨ ତାରିଖ ଯାଏଁ ୬ ଦିନ ପାଇଁ ବନ୍ଦ କରାଯାଇଛି ।

Comments are closed.