Latest Odisha News

BREAKING NEWS

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ସୁରଜ ପାଞ୍ଚୋଲି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାମ ଯୋଡି ହେଉଛି । ଖାଲି ଏତିକି ନୁହେଁ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ସହ ସୁରଜଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହେଉଛି ।

ଜୁନ୍ ୧୩ ତାରିଖରେ ପାର୍ଟି ଓ ଦିଶାଙ୍କ ସହ ତାଙ୍କ ସମ୍ପର୍କକୁ ଖଣ୍ଡନ କରିବା ସହ ମୁହଁ ଖୋଲିଛନ୍ତି ସୁରଜ । ଏପରିକି ଇଣ୍ଡିଆ ଟୁଡେକୁ ସୂଚନା ଦେଇ ସେ କହିଛନ୍ତି ଯେ ମୁଁ ଜାଣିନି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ନାହିଁ କିନ୍ତୁ ଲୋକମାନେ ମୋତେ ନିଶ୍ଚିତ ଆତ୍ମହତ୍ୟା ପାଇଁ ବାଧ୍ୟ କରିଦେବେ ।

ଏବେକାର ପରିସ୍ଥିତିରେ ମୁଁ ସକରାତ୍ମକ ରହିବାକୁ ଚାହୁଁଛି । ମୁଁ ମୋ ଅସୁବିଧା ସମ୍ପର୍କରେ ଘର ଲୋକଙ୍କ ସହ କିଛି ବି ଆଲୋଚନା କରି ପାରିନଥାଏ ।

ଯେବେଠୁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ସେବେଠୁ କାଳେ ମୁଁ ମୋ ନିଜକୁ କିଛି କ୍ଷତି ପହଞ୍ଚାଇଦେବି, ସେନେଇ ମୋ ପରିବାର ଖୁବ୍ ଚିନ୍ତିତ ରହୁଛନ୍ତି । ଏପରିକି ମୋ ପରିବାର ମୋତେ କହିଛନ୍ତି ଯେ ମନ ଭିତରେ ଯାହା ବି ଅଛି ଆମ ସହ ଶେୟାର କରିବୁ, ସୁଶାନ୍ତଙ୍କ ଭଳି କିଛି ବି ଷ୍ଟେପ୍ ନବୁନି ।

ମୁଁ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ ଜାଗା ବନାଇବା ପାଇଁ ଖୁବ୍ ସଂର୍ଘଷ କରିଛି । ହେଲେ ଲୋକ ଭାବୁଛନ୍ତି ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁ ପଛରେ ମୋର ହାତ ରହିଛି ବୋଲି ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

 

Leave A Reply

Your email address will not be published.