Latest Odisha News

BREAKING NEWS

ଗଂଜାମରେ ଟ୍ରାକ୍ଟର ତଳେ ଚାପି ହୋଇ ଚାଷୀ ତଥା ବିଜେଡି ନେତାଙ୍କ ମୃତ୍ୟୁ

ଗଂଜାମ: ପାତ୍ରପୁର ବ୍ଲକ ଜରଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବିଜେଡି ନେତା ତଥା ଚାଷୀ ଦେବାଶିଷ ପାଢୀଙ୍କର ଆଜି ଟ୍ରାକ୍ଟର ତଳେ ଛାପି ହୋଇ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ମୃତ ଦେବାଶିଷଙ୍କ ଜମିରେ ଆଜି ଟ୍ରାକ୍ଟର ଯୋଗେ ଜମି ଚାଷ ହେଉଥିଲା । ତେବେ କାଦୁଅରେ ଟ୍ରାକ୍ଟରଟି ଫସି ଯିବାରୁ ଡ୍ରାଇଭର ଗାଡି ଛାଡି ଖାଇବାକୁ ଚାଲିଯାଇଥିଲେ । ଏହି ସମୟରେ ଦେବାଶିଷ ପହଞ୍ଚି ଟ୍ରାକ୍ଟରଟିକୁ କାଦୁଅରୁ କାଢିବାକୁ ଚେଷ୍ଟା କରିଥିଲେ । ଦୁର୍ଭାଗ୍ୟବଶତଃ ଟ୍ରାକ୍ଟରଟି ଓଲଟି ପଡିଥିଲା । ଦେବାଶିଷ ତା ମଧ୍ୟରେ ଚାପି ହୋଇଯାଇଥିଲେ ।

ସ୍ଥାନୀୟ ଲୋକେ ପୋଲିସ ସହାୟତାରେ ତାଙ୍କୁ ବାହାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.