Latest Odisha News

BREAKING NEWS

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ୟେଦୁରପ୍ପା

ବେଙ୍ଗୁଳୁରୁ: ନଅ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦୁରପ୍ପା । ଆଜି କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ଏ ନେଇ ଆଜି ୟେଦୁରପ୍ପା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ସେ ଲେଖିଛନ୍ତି ‘ସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ । ମୁଁ ହସ୍ପିଟାଲରୁ ଡିସଚାର୍ଜ ହେଲି । ଏହାପରେ ମୁଁ ଘରେ କ୍ୱାରେଣ୍ଟାଇନରେ ରହିବି । ଖୁବ୍ ଶୀଘ୍ର କାର୍ଯ୍ୟରେ ଯୋଗ ଦେବି ।’

୭୭ ବର୍ଷୀୟ ୟେଦୁରପ୍ପା କରୋନା ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ ଗତ ୨ ତାରିଖରୁ ମଣିପାଲ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.