Latest Odisha News

BREAKING NEWS

ରିୟା ଚକ୍ରବର୍ତ୍ତୀଙ୍କ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିକୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢୁଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ମିଡିଆ ଟ୍ରାଏଲ୍ ବିରୋଧରେ ସେ କରିଥିବା ପିଟିସନର ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଗତକାଲି ସୁପ୍ରିମକୋର୍ଟରେ ପିଟିସନ ଫାଇଲ୍ କରିଥଲେ ରିୟା । ଅଭିଯୋଗ କରିଛନ୍ତି, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମିଡିଆ ତାଙ୍କୁ ଦୋଷୀ ସଜାଇ ସାରିଲାଣି ।

ରିୟା ଆବେଦନରେ ଦର୍ଶାଇଛନ୍ତି, ରାଜନୈତିକ ଏଜେଣ୍ଡା ଭିତରେ ସେ ବଳି ପଡ଼ିବାକୁ ଯାଉଛନ୍ତି । ଏଥିପାଇଁ ସୁପ୍ରିମକୋର୍ଟଙ୍କ ସୁରକ୍ଷା ଲୋଡ଼ିଛନ୍ତି । ସେହିପରି ସୁଶାନ୍ତଙ୍କ ପରିବାର ଲୋକ ପାଟନାରେ କରିଥିବା ମାମଲାକୁ ମୁମ୍ୱାଇ ସ୍ଥାନାନ୍ତର ପାଇଁ ମଧ୍ୟ ସେ ଆବେଦନ କରିଛନ୍ତି ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାରକୁ ବିରୋଧ କରିଛନ୍ତି ରିୟା ଚକ୍ରବର୍ତ୍ତୀ । ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିୟା ଓ ତାଙ୍କ ଭାଇକ ଦୁଇ ଦୁଇ ଥର ଜେରା କରିଥିବା ବେଳେ ତାଙ୍କ ବାପା ବି ଜେରାର ସାମନା କରିଛନ୍ତି ।

Leave A Reply

Your email address will not be published.